ଭୁବନେଶ୍ବର ୪।୯: ଆଜି ସାରା ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହେଉଛି । ମଥୁରା, ବୃନ୍ଦାବନ, ଦ୍ବାରକାରୁ ପୁରୀ ପର୍ଯ୍ୟନ୍ତ ଜନ୍ମାଷ୍ଟମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି । ସକାଳୁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଯାଇଛି । ମଥୁରାରୁ ବୃନ୍ଦାବନ ଶ୍ରୀକୃଷ୍ଣ ମନ୍ଦିର ଝଲସୁଛି । ସବୁଠି ଅପୂର୍ବ ଆନନ୍ଦ ଓ ଉତ୍ସାହ ।

ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ସନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିଲା । ଆଜି ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ଦର୍ଶନ ବନ୍ଦ ରହିବ ।

Also Read:- ସୋର ପୋଲିସର ଏନ୍‌କାଉଣ୍ଟର : ଲୋକେଶଙ୍କ ଗୋଡ଼ରେ ବାଜିଲା ଗୁଳି, ସହଯୋଗୀ ଫେରାର

ଶ୍ରୀମନ୍ଦିର ସହ ଜଡ଼ିତ ବିଭିନ୍ନ ମଠ ବାଡି ମାନଙ୍କରେ ଆଜି ରାତିରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଭୁବନେଶ୍ବର ରାମମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି । ସେପଟେ ନୂଆପଡ଼ା ଏବଂ ଜଗତସିଂହପୁରରେ ଶିଶୁ ମନ୍ଦିର ମାନଙ୍କରେ ଚାଲିଛି ଜନ୍ମାଷ୍ଟମୀ ପୂଜା । କିଏ କୃଷ୍ଣ ବେଶରେ ତ କିଏ ରାଧା ବେଶରେ ସଜେଇ ହୋଇ ଆସିଛନ୍ତି ।

ସେପଟେ ଜଳେଶପଟ୍ଟା କନ୍ୟାଶ୍ରମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ହେଉଛି । ସ୍ୱାମୀ ଲକ୍ଷ୍ମଣl ନନ୍ଦ ସରସ୍ବତୀଙ୍କ ଅଷ୍ଟାଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହେଉଛି । କନ୍ୟାଶ୍ରମ ଅନ୍ତେବାସୀଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିଛି । ବାବା ଜଳେଶ୍ୱର ମନ୍ଦିର ନିକଟ ନଦୀର ପବିତ୍ର ଜଳ ପୂଜାର୍ଚ୍ଚନା କରି କଳସ ଶୋଭାଯାତ୍ରାରେ ଅଣାଯିବ ଏବଂ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଜଳାଭିଷେକ କରାଯିବ । ଗୀତାଜ୍ଞାନ ଗୋ ପୂଜନ ହୋମ ଯଜ୍ଞ ଓ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା ହେବ । ଆଶ୍ରମର ସଭାଗୃହ ମଧ୍ୟରେ ସ୍ୱାମୀ ଲକ୍ଷ୍ମଣl ନନ୍ଦ ସରସ୍ବତୀଙ୍କ ସ୍ମୃତିସଭା ଓ ଧର୍ମ ସଭା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ, ସ୍ୱାମୀଜୀ ଙ୍କ ଅନୁଗାମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଶ୍ରମରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି l

Watch Video: