ନୂଆଦିଲ୍ଲୀ: ଯଦି ଆପଣଙ୍କୁ କେହି ପ୍ରଶ୍ନ କରେ ଯେ ଜୀବନରେ ସୁପରହିରୋ କେମିତି ଦେଖା ଯାଆନ୍ତି, ତେବେ ଥରୁଟିଏ ଆପଣ କ୍ୟାପଟେନ୍ ସ୍ମିଥ ମଛାରଙ୍କ ଫଟୋ ଦେଖି ନେବେ ଏବଂ କହିବେ ଦେଖନ୍ତୁ ଏହି ଦୃଶ୍ୟ। ଏହା ହିଁ ବର୍ଣ୍ଣନା କରିବ ଯେ, ଜୀବନର ବାସ୍ତବ ହିରୋ କିଏ। ବୁଧବାର ଅକ୍ଟୋବର ୨୮ରେ ଯେବେ ୟୁଏଇରେ କ୍ୟାପଟେନ୍ ମଛାରଙ୍କୁ ସମ୍ମାନିତ କରାଗଲା ସେହି ସମୟରେ ପୂରା ଦୁନିଆର ନଜର ତାଙ୍କ ମୁଣ୍ଡର ପଛ ଭାଗର ସେହି ଷ୍ଟିଜ ଉପରେ ପଡ଼ିଥିଲା। ଏହି ଫଟୋ ବର୍ଣ୍ଣନା କରୁଛି ବାହାଦୂରୀର କାହାଣୀ। ସମ୍ମାନିତ କରିବା ସମୟରେ ସ୍ମିଥ ମଛାରଙ୍କ ସେହି କ୍ଷତକୁ ବେଶ ଯତ୍ନର ସହ ଦେଖିଥିଲେ ୟୁଏଇ ରାଷ୍ଟ୍ରପତି। ଆଉ ପଚାରିଥିଲେ ଭଲ ଅଛ ତ ମାଇଁ ହିରୋ ମୋ ଦେଶର ହିରୋ।

୩୪ ହଜାର ଫୁଟ ଉଚ୍ଚତାରେ ଅଭିଯୁକ୍ତ କୋ ପାଇଲଟ୍ ସ୍ମିଥ ମଛାରଙ୍କ ଉପରେ ଫାୟର ଆକ୍ସରେ ହମଲା କରିଥିଲେ। ଫଳରେ ତାଙ୍କ ମୁଣ୍ଡର ହାଡ଼ ଭାଙ୍ଗି ଯାଇ ଭିତରେ ପଶି ଯାଇଥିଲା। ମୁଣ୍ଡରେ ପ୍ରବଳ ରକ୍ତସ୍ରାବ ହେଉଥିଲା। ଆଖି ସାମ୍ନାରେ ଅନ୍ଧାର ଛାଇ ଯାଇଥିଲା। ପରିସ୍ଥିତି ଏମିତି ଥିଲା ଯେ, ତାଙ୍କ ପାଇଁ ଛିଡ଼ା ହେବା ମୁସ୍କିଲ ଥିଲା। ଡାକ୍ତରଙ୍କ ମୁତାବକ ଏମିତି ଗମ୍ଭୀର ଆଘାତରେ ଶରୀର ପ୍ରାୟତଃ ନିସ୍ତେଜ ହେବା ସହ କାମ କରିବା ବନ୍ଦ କରି ଦେଇଥାଏ। ଅନେକ ଦୃଷ୍ଟିରୁ ଲୋକେ ପାରାଲାଇଜ ହୋଇ ଯାଆନ୍ତି। ମାତ୍ର କ୍ୟାପଟେନ୍ ସ୍ମିଥ ମଛାର ସେହି ଅବସ୍ଥାରେ ସାହସ ହରାଇ ନ ଥିଲେ। ସେ ଆକ୍ରମଣକାରୀକୁ ଧକ୍କା ଦେଇ ଏକଜିଟ୍ ବଟନ ଦବାଇ ଦେଇଥିଲେ ଏବଂ କକପିଟର ଦ୍ଵାର ଖୋଲି ଯାଇଥିଲା।

Also Read: ହିଂସା ବଳରେ ‘ବ୍ୟବସ୍ଥା ପରିବର୍ତ୍ତନ’ ପ୍ରୟାସ କଲେ ମିଳିବନି ସରକାରୀ ଚାକିରି, କଠୋର ହେଲେ ଯୋଗୀ ସରକାର

କ୍ୟାପଟେନ ସ୍ମିଥ ମଛାରଙ୍କ ପଛରେ ଦେଖା ଯାଉଥିବା ଏହି ଷ୍ଟିଜ ଏବଂ କ୍ଷତର ଚିହ୍ନ କେବଳ ଏକ ଚିହ୍ନ ନ ନୁହେଁ, ତାହା ସେହି ଲକ୍ଷ୍ମଣ ରେଖା ଥିଲା, ଯାହାକୁ ଅତିକ୍ରମ କରି ଆକ୍ରମଣକାରୀ ନିଜର ଘୃଣା ଏବଂ ହିଂସାରେ ୧୭୪ ନିର୍ଦ୍ଦୋଷ ଲୋକଙ୍କ ଜୀବନ ବିପଦରେ ପକାଇଥିଲା। ଏମିତି ଜୀବନ ମରଣ ପରିସ୍ଥିତିରେ ବି ସ୍ମିଥ ମଛାର ଅଦ୍ୟମ ସାହସର ପରିଚୟ ଦେଇ ଆକ୍ରମଣକାରୀଙ୍କୁ ଅଟକାଇବା ପାଇଁ ନିଜର ସବୁ ବଳ ଖଟାଇ ଦେଇଥିଲେ। ସେ କେବଳ ନିଜକୁ ସମ୍ଭାଳି ନ ଥିଲେ ବରଂ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଦାୟିତ୍ଵ ନିଭାଇଥିଲେ। ସେ ଦୁନିଆକୁ ମନେ ପକାଇ ଦେଇଛନ୍ତି ଯେ, ପ୍ରକୃତ ହିରୋ ଫିଲ୍ମର ପରଦାରେ ନୁହେଁ ବରଂ ଜୀବନର ସବୁଠୁ ମୁସ୍କିଲ ସମୟରେ ଆଗକୁ ଆସିଥାନ୍ତି।

 

ସମ୍ମାନିତ କଲେ ୟୁଏଇ ରାଷ୍ଟ୍ରପତି

ଅକ୍ଟୋବର ୨୮ରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ମଛାରଙ୍କୁ ଆଲିଙ୍ଗନ କରିଥିଲେ। ଆଉ ସ୍ମିଥଙ୍କ ମୁଣ୍ଡର ପଛ ପାର୍ଶ୍ଵରେ ଥିବା ସେହି କ୍ଷତ ଚିହ୍ନକୁ ନିରିଖେଇ ଦେଖିଥିଲେ। ଆଉ ପଚାରିଥିଲେ ମୋ ଦେଶର ହିରୋ ଭଲ ଅଛ ତ । ଏହି ସମୟରେ ଦୁନିଆ ଏମିତି ଦୃଶ୍ୟ ଦେଖିଛି, ଯେଉଁଥିରେ ଗୋଟିଏ ପଟେ ସମ୍ମାନ ଥିଲା ଏବଂ ଅନ୍ୟ ପଟେ ସେହି ସଂଘର୍ଷର ଚିହ୍ନ।

Also Read: ନିସର୍ତ୍ତରେ କ୍ଷମା ମାଗିଲେ ସଞ୍ଜୟ ରାଓ୍ୱତ : କହିଲେ- 'ସୁପ୍ରିମକୋର୍ଟଙ୍କୁ ଅପମାନ କରିବା ନେଇ ଉଦ୍ଦେଶ୍ୟ ନଥିଲା'

ୟୁଏଇ ଭାରତୀୟ କ୍ୟାପଟେନଙ୍କୁ First Class Order of Zayed The Second ନାଗରିକ ସମ୍ମାନରେ ସମ୍ମାନିତ କରିଛି। ଏହା ପୂର୍ବରୁ ୟୁଏଇ ଏହି ସମ୍ମାନ ଭାରତୀୟ ବଂଶୋଦ୍ଭବର କେବଳ ଦୁଇ ଜଣ ଲୋକଙ୍କୁ ଦେଇଥିଲା। ଏଥିରେ ନବଦୀପ ସିଂ ପୁରୀ ଥିଲେ, ଯିଏ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ୟୁଏଇରେ ଭାରତର ରାଷ୍ଟ୍ରଦୂତ ଥିଲେ। ଦ୍ଵିତୀୟରେ ଅଛନ୍ତି ସଞ୍ଜୟ ସୁଧୀର। ସେ ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଥିଲେ। ଆଉ ସ୍ମିଥ ଆଜି ପୂରା ଦୁନିଆ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି