ଭୁବନେଶ୍ୱର: ଅର୍ଣ୍ଣବର କୋପ ଯାଇନି। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି । ୩୧ ତାରିଖ ସୁଦ୍ଧା ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ।

ନଭେମ୍ବର ୧ରୁ ୨ ତାରିଖ ମଧ୍ୟରେ ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେଲେ ୨ରୁ ୩ ତାରିଖ ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ବାତ୍ୟାର ତୀବ୍ରତା ଓ ଗତିପଥ ନେଇ ଏବେଠାରୁ ନିଶ୍ଚିତ ଆକଳନ କରିବା ସମ୍ଭବ ନୁହେଁ।

also read: ଗଞ୍ଜାମରେ ଜଳପ୍ରଳୟ ! ପାଣି ଘେରରେ ୨ ହଜାର ଲୋକ, ଏୟାରଲିଫ୍ଟ ପାଇଁ କୋଷ୍ଟଗାର୍ଡ ସହ ଆଲୋଚନା

ପ୍ରାଥମିକ ଆକଳନ ଅନୁସାରେ, ସିଷ୍ଟମଟି ପଶ୍ଚିମ ଓ ପରେ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରିପାରେ। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡ଼ୁ ଉପକୂଳ ଆଡ଼କୁ ଯିବାର ସମ୍ଭାବନା ରହିଥିବା ଆକଳନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ।