ଭୁବନେଶ୍ବର ୨୯।୧୦: ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ । ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ଭିତରେ ୧୮ ତାରିଖ ଦିନ ୨୦୨୬ ଏବଂ ୨୭ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରି ଅତିରିକ୍ତ ବିନିଯୋଗ ବିଲ୍ ବା ବଜେଟ୍ ଉପସ୍ଥାପନ ହେବ । ବଜେଟ୍ ଉପରେ ଦୁଇ ଦିନ ଆଲୋଚନା ପାଇଁ ସମୟ ରହିଛି । ଏହାପରେ ୩୦ ତାରିଖ ଦିନ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବାର ଯୋଜନା ରହିଛି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।

Also Read:- ୧୬ବର୍ଷ ଲଢ଼େଇରେ ବଡ଼ ମୋଡ଼, ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ ନିର୍ଦ୍ଦେଶ

ବିଧାନସଭାର ସମସ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇବା ସହିତ ବିଧାନସଭା ଯେଉଁଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ସମସ୍ତ ସରକାରୀ ଏବଂ ବିରୋଧୀ ଦଳର ସଦସ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି ବାଚସ୍ପତି । ଚଳିତ ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରି ବିଲ୍ ଆଗତ ଏବଂ ଗୃହିତ ହେବାର ଯେଉଁ କାର୍ଯ୍ୟ ରହିଛି, ଏହାକୁ ସୂଚାରୁରୂପେ ପରିଚାଳନା କରିବେ ଏବଂ ସଂଘଠିତ ସହିତ ବିଧାନସଭା ଚାଲିବ, ଏ ଆସ୍ଥା ମୋ ବିଧାୟକମାନଙ୍କ ଉପରେ ରଖୁଛି ବୋଲି ବାଚସ୍ପତି କହିଛନ୍ତି ।

Watch Video: