ନୂଆଦିଲ୍ଲୀ, ୨୯/୧୦ : ଆଗାମୀ ଆଇପିଏଲ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ସବୁଠି ଚର୍ଚ୍ଚାରେ । ସେ ଏବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଛନ୍ତି । ଚଳିତ ବର୍ଷ ସେ ଦଳ ଛାଡିବେ ବୋଲି କୁହାଯାଉଛି । ତାଙ୍କୁ ନେବା ପାଇଁ ୫ରୁ ୬ଟି ଦଳ ଇଚ୍ଛା ପ୍ରକାଶ କରୁଛନ୍ତି । ଗତ କିଛି ମାସ ହେଲା ସେ ଚେନ୍ନାଇ ସୁପର କିଙ୍ଗସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜୁରାଟ ଟାଇଟନ୍ସ ସହ ସମ୍ପର୍କରେ ରହିଛନ୍ତି । ଏହା ଭିତରେ ପୂର୍ବତନ କ୍ରିକେଟର୍ ଆର୍ ଅଶ୍ୱୀନ ହାର୍ଦ୍ଦିକଙ୍କୁ ନେଇ ବଡ କଥା କହିଛନ୍ତି ।

ଅଶ୍ୱୀନ କହିଛନ୍ତି ଯେ, କପ୍ତାନୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ଼ କ୍ରାଇଟେରିଆ ନୁହେଁ । ହାର୍ଦ୍ଦିକଙ୍କ ପାଇଁ କୋଲକାତା ନାଇଟ୍ ରାଇଡର୍ସ ସବୁଠୁ ଭଲ ବିକଳ୍ପ ହେବ । ଏଠାରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥାଏ । ହାର୍ଦ୍ଦିକଙ୍କ ବଦଳରେ କୋଲକାତା ମୁମ୍ବାଇକୁ ରିଙ୍କୁ ସିଂ କିମ୍ବା ହର୍ଷିତ ରାଣାଙ୍କୁ ଦେଇପାରେ ।

Also Read :- ଚତୁର୍ଥ ଟି-୨୦ରେ ପ୍ଲେଇଙ୍ଗ XIରୁ ବାଦ୍ ପଡ଼ି ପାରନ୍ତି ଭୁବନେଶ୍ଵର କୁମାର, କାରଣ କହିଲେ ଅଶ୍ଵିନ

କେକେଆର ପାଖରେ ସାମର୍ଥ୍ୟ ରହିଛି । ହାର୍ଦ୍ଦିକ ଏଠାରେ ଅଧିନାୟକ ହେଲେ ଦଳକୁ ଫାଇଦା ମିଳିବ । ମୁମ୍ବାଇ ବରୁଣ ଚକ୍ରବର୍ତ୍ତୀଙ୍କୁ ମାଗିପାରେ । କିନ୍ତୁ ଅଭିଷେକ ନାୟାର ଥିଲା ଯାଏ ବରୁଣଙ୍କୁ କେକେଆର ଛାଡ଼ିବନି । ହର୍ଷିତ କିମ୍ବା ରିଙ୍କୁ ଅନ୍ୟ ଅପ୍ସନ ହୋଇପାରନ୍ତି । ଯଦି ହାର୍ଦ୍ଦିକ ରାଜସ୍ଥାନକୁ ଯାଆନ୍ତି ତାହାଲେ ମୁମ୍ବାଇ ଯଶସ୍ୱୀ ଜୟସ୍ୱାଲ କିମ୍ବା ସାମ୍ କୁରାନଙ୍କୁ ନେଇପାରେ ।

ଭାରତୀୟ ଦଳର ପୂର୍ବତନ ସ୍ପିନର ଆହୁରି ମଧ୍ୟ କହିଛନ୍ତି ଯେ, ଗୁଜୁରାଟ ମଧ୍ୟ ହାର୍ଦ୍ଦିକଙ୍କୁ ନେବାକୁ ଇଚ୍ଛା ରଖିଛି । ଏହାବଦଳରେ ମୁମ୍ବାଇକୁ ରଶିଦ ଖାନ୍ ମିଳିପାରନ୍ତି । ଏମଆଇକୁ ଜଣେ ଭାରତୀୟ କିପର୍ ଦରକାର । ଏହାସହ ବୋଲିଂ ବିଭାଗକୁ ଆହୁରି ଶକ୍ତିଶାଳୀ କରିବାକୁ ଦଳ ଚାହୁଁଛି । ପିବିକେଏସର ଓମରଜାଇ ଏମଆଇରେ ଖେଳିବାକୁ ଇଚ୍ଛା ରଖୁଛନ୍ତି । ତେବେ ହାର୍ଦ୍ଦିକଙ୍କୁ ନେବା ରେସରେ ଏଲଏସଜି ନାହିଁ । ମୁଖ୍ୟତଃ ଚେନ୍ନାଇ, କେକେଆର, ରାଜସ୍ଥାନ ଏବଂ ଗୁଜୁରାଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ଚାଲିଥିବା ଅଶ୍ୱୀନ ପ୍ରକାଶ କରିଛନ୍ତି ।