Smartphone Price Hike 2026: ମେମୋରି ଚିପ୍ ମୂଲ୍ୟରେ ବଡ଼ ବୃଦ୍ଧି ଯୋଗୁ ଆହୁରି ବଢିପାରେ ସ୍ମାର୍ଟଫୋନ ମୂଲ୍ୟ। ପ୍ରିମିୟମ ଫୋନଗୁଡ଼ିକ ଆଉ ହୁଏତ ୧ ଲକ୍ଷ ଟଙ୍କା ତଳକୁ ମିଳି ନପାରେ। କାରଣ ଏହି ଫୋନଗୁଡ଼ିକ ମୂଲ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ମାର୍କେଟ ରିସର୍ଚ୍ଚ ସଂସ୍ଥା କାଉଣ୍ଟରପଏଣ୍ଟ ଶୁକ୍ରବାର ରିପୋର୍ଟ ପ୍ରକାଶ କରିଛି। ତେଣୁ ଆସନ୍ତା ଦିନିମାନଙ୍କର ମୋବାଇଲ ଫୋନ ଦର ଆହୁରି ବଢ଼ିବ।

ସେପଟେ ଅଧିକ ଟଙ୍କା ଦେଲେ ସୁଦ୍ଧା ଭଲ ଫିଚର୍ସ ଥିବା ସ୍ମାର୍ଟଫୋନ ମିଳୁ ନାହିଁ। ୪୦-୫୦ ହଜାର ଟଙ୍କା ଦେଲେ ବି ପୁରୁଣା ପ୍ରୋସେସର ଓ କମ କ୍ୟାମେରା ଫିଚର୍ସ ମିଳୁଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅଶନ୍ତୋଷ ରହିଛି। ଦର ବୃଦ୍ଧି ଅନୁସାରେ ତାଳ ମିଳାଇ ଗ୍ରାହକଙ୍କ ଆଶା ବି ବଢ଼ୁଛି। ତେଣୁ ଅଧିକ ଦାମ ଦେଇ କମ ଫିଚର୍ସବାଲା ଫୋନ କିଣିବାକୁ ସେମାନେ ଚାହୁଁ ନାହାନ୍ତି।

Also Read- ପୁଣି ବଢ଼ିବ ତେଲ, ଲୁଣ ଠାରୁ ଆରମ୍ଭ କରି ମୋବାଇଲ ଓ ଟିଭିର ଦାମ: କମିବ ବିସ୍କୁଟ ପ୍ୟାକେଟ୍ ସାଇଜ୍

କିଛି ବର୍ଷ ପୂର୍ବେ ଭାରତୀୟ ମାର୍କେଟରେ ଏକ ଲକ୍ଷ ଟଙ୍କାର ସ୍ମାର୍ଟଫୋନ ଆସିବା ଏକ ବିରଳ କଥା ଥିଲା। ବହୁତ କ୍ୱଚିତ ଫୋନ ଆସୁଥିଲା। ହେଲେ ଏବେ ଫ୍ଲାଗସିପ ଫୋନଗୁଡ଼ିକର ମୂଲ୍ୟ ବଢ଼ି ଚାଲିଛି। ଆଉ ୧ ଲକ୍ଷ ଟଙ୍କାର ସ୍ମାର୍ଟଫୋନ ଏବେ ବହୁତ ସାଧାରଣ କଥା ହୋଇଗଲାଣି। ତେବେ ୨୦୨୫ ତୁଳନାରେ ୨୦୨୬ର ଶେଷ ବେଳକୁ ଫ୍ଲାଗସିପ ସ୍ମାର୍ଟଫୋନଗୁଡ଼ିକର ମୂଲ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି କାଉଣ୍ଟରପଏଣ୍ଟ ରିସର୍ଚ କହିଛି।

ଏଇ ଯେଉଁ ନୂଆ ଫୋନ ମୂଲ୍ୟ ବୃଦ୍ଧି ହେବ, ଏହାର ମୋଟ ବୃଦ୍ଧିରେ ମେମୋରି ଚିପ୍ ମୂଲ୍ୟ ବୃଦ୍ଧିର ଭାଗ କେବଳ ୪୩ ପ୍ରତିଶତ ରହିବ। ୨୦୨୫ ପ୍ରଥମ ତ୍ରୈମାସିକରେ ଫୋନ ମୂଲ୍ୟ ବୃଦ୍ଧିର ମୋଟ ମୂଲ୍ୟରେ ମେମୋରି ଚିପ ଭାଗ ଥିଲା ମାତ୍ର ୧୩ ପ୍ରତିଶତ। ତେଣୁ ମେମୋରି ଚିପ୍ ମୂଲ୍ୟ ବୃଦ୍ଧି ସ୍ମାର୍ଟଫୋନ ମାର୍କେଟ୍ ଉପରେ କେତେ ଚାପ ପକାଉଛି। ଏଇଠୁ ସ୍ପଷ୍ଟ ଅନୁମେୟ।

କେଉଁ ଫୋନର ମୂଲ୍ୟ ଅଧିକ ବଢ଼ିଛି ?

ରିପୋର୍ଟ ଅନୁସାରେ ଓପୋର ସ୍ମାର୍ଟୋଫନ ମୂଲ୍ୟ ବାର୍ଷିକ ଭିତ୍ତିରେ ୮୨-୮୭ ପ୍ରତିଶତର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ଅଲଟ୍ରା ପ୍ରିମିୟମ ସେଗମେଣ୍ଟରେ ବସ୍ ସାଜିଥିବା ଆଇଫୋନ ପ୍ରାଇସ ୨୦-୨୨ ପ୍ରତିଶତ ବୃଦ୍ଧି ହୋଇଛି। ଆପଲ ଓ ସାମସଙ୍ଗ ସ୍ମାର୍ଟଫୋନର ପ୍ରିମିୟମ ପ୍ରାଇସ୍ ୨ ଲକ୍ଷ ଆଡ଼କୁ ଯାଉଥିବା ବେଳେ ଗ୍ରାହକ ଟିକେ ଶସ୍ତା ପାଇଁ ଆକୁ ଓ ଗୁଗଲ ଭଳି ବ୍ରାଣ୍ଡ ଆଡ଼କୁ ମୁହାଁଉଛନ୍ତି।

ସେପଟେ ଦୀପାବଳି ପରେ ବିଭିନ୍ନ କମ୍ପାନୀ ସ୍ମାର୍ଟଫୋନ ମୂଲ୍ୟ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଭାରତର ମାର୍କେଟ୍ ଲିଡର ସାଜିଥିବା ସାମସଙ୍ଗ ସ୍ମାର୍ଟଫୋନ ମୂଲ୍ୟରେ ୨୦୦୦ରୁ ୪୦୦୦ ହଜାର ଟଙ୍କା ବୃଦ୍ଧି କରିଛି। ଦୀପାବଳି ପୂର୍ବରୁ ବ୍ରାଣ୍ଡ ଏହାର ଫ୍ଲାଗସିପ୍ ଡିଭାଇସ Galaxy S26ର ଦରକୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଚୀନ ସ୍ମାର୍ଟଫୋନ କମ୍ପାନୀ ସାଓମୀ ମଧ୍ୟ ଦୀପାବଳି ପରେ ବିଭିନ୍ନ ସ୍ମାର୍ଟଫୋନର ମୂଲ୍ୟ ବଢ଼ାଇ ସାରିଛି।