ପୁରୀ ୧୮।୧୧: ବାତ୍ୟା ‘ଅକଭାନ୍’କୁ ନେଇ ଧିରେ ଧିରେ ଅଶାନ୍ତ ହେଉଛି ପୁରୀ ସମୁଦ୍ର। ଆଗ ଅପେକ୍ଷା ଢେଉ ବଡ଼ ହେଉଛି। ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କୁ ଅଗ୍ନିଶମ ବିଭାଗ ଓ ଲାଇଫ୍ ଗାର୍ଡ ପକ୍ଷରୁ ସଚେତନ କରାଯାଉଛି।

ସମୁଦ୍ର ଭିତରକୁ ନ ଯିବା ପାଇଁ ଏଟିଭିରେ ବୁଲି ବୁଲି ମାଇକ୍ ଯୋଗେ ବାରମ୍ବାର ଘୋଷଣା କରାଯାଉଛି। ଖୁବଶୀଘ୍ର ସମୁଦ୍ର କୂଳରେ ନାଲି ପତାକା ମଧ୍ୟ ଲଗାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। ନାଲି ପତାକାର ଅର୍ଥ ସମୁଦ୍ରରେ ସ୍ନାନ ସମ୍ପୂର୍ଣ୍ଣ ମନା।

Also Read:- କଳିଙ୍ଗପଟ୍ଟନମ୍ରୁ ପୁରୀ ମଧ୍ୟରେ ମାଡ଼ ହେବ ବାତ୍ୟା ! ହାଇଆଲର୍ଟରେ ରାଜ୍ୟ ସରକାର

ତେଣୁ ପର୍ଯ୍ୟଟକମାନେ ସମସ୍ତ ନିୟମ ମାନନ୍ତୁ। ନିଜେ ସୁରକ୍ଷିତ ରୁହନ୍ତୁ। ଅନ୍ୟମାନଙ୍କୁ ବି ସୁରକ୍ଷିତ ରଖନ୍ତୁ ବୋଲି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସଚେତନ କରାଉଛନ୍ତି।