ଭୁବନେଶ୍ବର ୧୫।୧୧: ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ । ସୋମବାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ଉପରାଷ୍ଟ୍ରପତି । ବିଧାନସଭାରେ ସ୍ବତନ୍ତ୍ର ଓରିଏଣ୍ଟେସନ କାର୍ଯ୍ୟକ୍ରମ ଉଦଘାଟନ କରିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Also Read:- ଫଟୋ ଖୋଲିଦେଲା ବାଘ ରହସ୍ୟ ; ୬ ମାସ ଥିଲା ଛତିଶଗଡ଼ରେ, ଏବେ ଡେବ୍ରିଗଡ଼ରେ ମହାବଳ

କାରକେଡ୍ ରିହଲର୍ସାଲ ସହ ଭୁବନେଶ୍ୱର ବିମାନ ବନ୍ଦରରେ କଡ଼ା ଯାଞ୍ଚ ହେଉଛି । ବମ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ଅଗ୍ନିଶମ ବିଭାଗ ଓ ଆଣ୍ଟି ସାବୋଟେକ୍ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ତନ୍ନ ତନ୍ନ ଯାଞ୍ଚ କରାଯାଇଛି । ଏହା ପୂର୍ବରୁ ଆର୍ ଓ ଗ୍ରାଉଣ୍ଡରେ ବ୍ରିଫିଂ ରିହର୍ସାଲ୍ ହୋଇଥିଲା । ଉପ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ଏଥିସହ ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ସ୍ୱତନ୍ତ୍ର ଟିମ୍ ନିୟୋଜିତ ରହିବେ ।

Watch Video: