ନୂଆଦିଲ୍ଲୀ: ଭାରତୀୟ ସ୍ମାର୍ଟଫୋନ ମାର୍କେଟରେ ଆପଲର ରାଜୁତି ଶେଷ। ପୁଣିଥରେ ନମ୍ବର-୧ ପୋଜିସନକୁ ଫେରିଲା ସାମସଙ୍ଗ। ପ୍ରାୟ ଅଢ଼େଇ ବର୍ଷ ପରେ ଭିଭୋକୁ ପଛରେ ପକାଇ ନମ୍ବର-୧ ହୋଇଛି ସାମସଙ୍ଗ। ଦଶନ୍ଧୀ ପରେ ପାର୍ବଣ ତ୍ରୟମାସିକରେ ଭିଭୋର ଶିପମେଣ୍ଟ(ଆମଦାନୀ) କମିଛି। ହେଲେ ସାମସଙ୍ଗର ବଢ଼ିଛି।

ସେହିପରି ଆପଲର ଶିପମେଣ୍ଟ ମଧ୍ୟ କମିଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟକୁ ଉଦ୍ଧୃତ କରି ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ କରିଛି ଯେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସାମସଙ୍ଗ ଶିପମେଣ୍ଟ ୨୫% ହ୍ରାସ ପାଇଛି। ମାର୍କେଟ ରିସର୍ଚର ଫାର୍ମ IDC ଏହି ରିପୋର୍ଟ କରିଥିବା ଟାଇମ୍ସ ଅଫ୍ ଇଣ୍ଡିଆ ଖବର ପ୍ରକାଶ କରିଛି। ଏହି ତ୍ରୈମାସିକରେ ଆପଲ ପାଖାପାଖି ୩.୭ ମିଲିଅନ ଆଇଫୋନ ପଠାଇଛି। ବାର୍ଷିକ ଆଧାରରେ ଦେଖିଲେ ଏଥିରେ ୫ ମିଲିଅନ ୟୁନିଟ ହ୍ରାସ ପାଇଛି। ଏହି ହ୍ରାସ ଯୋଗୁ ଭାରତୀୟ ମୋବାଇଲ ମାର୍କେଟରେ ଆପଲ ଚତୁର୍ଥ ସ୍ଥାନକୁ ଖସି ଯାଇଛି।

ମହଙ୍ଗା ବଜାରରେ କାହିଁକି ବାଜି ମାରିଲା ସାମସଙ୍ଗ ?

ଏହି ପରିପ୍ରେକ୍ଷୀର ସାମସଙ୍ଗ ଏକମାତ୍ର ବ୍ରାଣ୍ଡ୍ ଭାବେ ଶିପମେଣ୍ଟ ବଢ଼ାଇଛି। ବାର୍ଷିକ ଆଧାରରେ ସାମସଙ୍ଗ ଶିପମେଣ୍ଟରେ ୭.୯% ବୃଦ୍ଧି ହୋଇଛି। ଫଳରେ ଏହି କୋରିଆନ ବ୍ରାଣ୍ଡର ମାର୍କେଟ୍ ଶେୟାର ୧୭.୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତବର୍ଷ ଏହା ୧୨.୬ ପ୍ରତିଶତ ଥିଲା। ଏନେଇ ଆଇଡିସି କହିଛି ଯେ ସାମସଙ୍ଗ ବର୍ଷର ପ୍ରଥମାର୍ଦ୍ଧରେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ମାର୍କେଟକୁ ଆଣିବା ଏବଂ ଅନ୍ୟ ବ୍ରାଣ୍ଡ ଅପେକ୍ଷା ସନ୍ତୁଳିତ ମୂଲ୍ୟ ବୃଦ୍ଧି ଯୋଗୁ ଫାଇଦା ପାଇଛି।

Also Read- ଗତ ୬ ଦିନ ହେଲା କମୁଛି ସୁନା ଓ ରୁପା ଦର: ଆଜି ବି ବଡ଼ଧରଣର ହ୍ରାସ, କେତେ କମିଲା ଦର ଜାଣନ୍ତୁ

ସେହିପରି ଭିଭୋ ଅନେକ ଦିନ ପରେ ଦ୍ୱିତୀୟ ସ୍ଥାନକୁ ଖସିଛି। ଏହାର ଶିପମେଣ୍ଟ ୨୯.୯ ପ୍ରତିଶତ ହ୍ରାସ ପାଇଛି। ଫଳରେ ଏହାର ମାର୍କେଟ୍ ଶେୟାର ୧୬.୮ ପ୍ରତିଶତକୁ ଖସି ଆସିଛି। ତେବେ ଏହାର ସବବ୍ରାଣ୍ଡ ଓପୋ ଶିପମେଣ୍ଟରେ ୨୬.୫ ପ୍ରତିଶତ ହ୍ରାସ ପାଇଥିବା ସତ୍ତ୍ୱେ ତୃତୀୟ ସ୍ଥାନରେ ରହିଛି।

ଆପଲ ପ୍ରିମିୟମକୁ ଗୁରୁତ୍ୱ ଯୋଗୁ କମିଲା ସପ୍ଲାଏ

ଆଇଡିସି କହିଛି ଯେ ଆପଲ iPhone 15, 16 ଏବଂ 17 ରେଞ୍ଜରେ ସପ୍ଲାଏ ହ୍ରାସ, ଡିସକାଉଣ୍ଟ କମିଯିବା ଆଦି କାରଣରୁ ଶିପମେଣ୍ଟ କମିଛି। ସେପ୍ଟେମ୍ବରରେ ଲଞ୍ଚ ସମୟରେ ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆପଲର ମୋଟ ତ୍ରୈମାସିକ ସିପମେଣ୍ଟରେ ୩୦ ପ୍ରତିଶତ କେବଳ ଏହାର ପ୍ରିମିୟମ ଫୋନ iPhone 18 Pro and Pro Max ରହିଛି। କମ୍ପାନୀ ପ୍ରିମିୟମ ଫୋନକୁ ମାର୍କେଟକୁ ଛାଡ଼ିବାକୁ ଅଧିକ ଗୁରୁତ୍ୱ ଦେଉଛି। ତେବେ ଏଆଇ ଯୋଗୁ ଚିପ୍ ମୂଲ୍ୟ ବୃଦ୍ଧି ହେବା କାରଣରୁ ସ୍ମାର୍ଟଫୋନଗୁଡ଼ିକର ମାର୍କେଟ ଭାଲ୍ୟୁ ବଢ଼ିଛି। ଆଉ ଏହା ହିଁ ବିକ୍ରି ହ୍ରାସର ଏକମାତ୍ର ବଡ଼ କାରଣ। ତେଣୁ ଭାରତର ମୋଟ ସ୍ମାର୍ଟଫୋନ ଶିପମେଣ୍ଟ ୨୩.୩ ପ୍ରତିଶତକୁ ହ୍ରାସ ପାଇଛି। ଯାହା ପୂର୍ବରୁ ୩୬.୮ ମିଲିଅନ ୟୁନିଟ ଥିଲା। ଗତ ୧୦ ବର୍ଷରେ ଏହା ସବୁଠାରୁ ଦୁର୍ବଳ ଫେଷ୍ଟିଭ ତ୍ରୈମିସକ ଶିପମେଣ୍ଟ।

Also Read- ପୁଣି ବଢ଼ିବ ତେଲ, ଲୁଣ ଠାରୁ ଆରମ୍ଭ କରି ମୋବାଇଲ ଓ ଟିଭିର ଦାମ: କମିବ ବିସ୍କୁଟ ପ୍ୟାକେଟ୍ ସାଇଜ୍

ଅନଲାଇନ୍ ବିକ୍ରୟରେ ୧୮.୯% ହ୍ରାସ ତୁଳନାରେ, ଅଫଲାଇନ୍ ଚ୍ୟାନେଲ୍ ମାଧ୍ୟମରେ ହେଉଥିବା ଶିପମେଣ୍ଟ ୨୬.୭% ହ୍ରାସ ପାଇଛି। ୧୦୦ ଡଲାରରୁ କମ୍ ମୂଲ୍ୟବିଶିଷ୍ଟ ବର୍ଗରେ ସବୁଠାରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। ଯେଉଁଥିରେ ଶିପମେଣ୍ଟ ୯୦.୯% ହ୍ରାସ ପାଇ ୭ ଲକ୍ଷ ୟୁନିଟକୁ ଖସି ଆସିଛି। ବଜାରରେ ଏହି ବର୍ଗର ଅଂଶ ଗତ ବର୍ଷର ୧୬.୨% ରୁ ହ୍ରାସ ପାଇ ୧.୯% କୁ ପହଞ୍ଚିଛି। ବିକ୍ରି ପରିମାଣ କମ୍ ଥିଲେ ମଧ୍ୟ, ହାରାହାରି ବିକ୍ରୟ ମୂଲ୍ୟ ୨୬.୧% ବୃଦ୍ଧି ପାଇ ୩୭୧ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ ସାମଗ୍ରିକ ବଜାର ମୂଲ୍ୟ ୩.୩% ହ୍ରାସ ପାଇଛି। ରିପୋର୍ଟ ଅନୁସାରେ ୨୦୨୬ରେ ମୋଟ ୧୨୫-୧୨୭ ମିଲିଅନ ସ୍ମାର୍ଟଫୋନ୍ ଆମଦାନୀ ହୋଇପାରେ ବୋଲି ଅନୁମାନ କରାଯାଇଛି। ଯାହା ୨୦୨୫ ତୁଳନାରେ ୧୬-୧୮% କମ।