ଭୁବନେଶ୍ବର ୨୯।୫: ଶନିବାର ଠାରୁ ରାଜ୍ୟରେ ଏସଆଇଆର । ଜୁନ୍ ୨୮ ଯାଏଁ ଚାଲିବ । ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ।

ରାଜ୍ୟରେ ଶନିବାର ଠାରୁ ଏସଆଇଆର ଆରମ୍ଭ ହେବାକୁ ଥିବାବେଳେ ଜୁନ୍ ୨୮ ତାରିଖ ଯାଏଁ ଚାଲିବ । ଏଥିପାଇଁ ୪୫  ହଜାର ୨୫୫ ବୁଥ୍ ଲେଭଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ସମସ୍ତଙ୍କ ତାଲିମ ସରିଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ । ଏହାସହ ୩୧ ହଜାର ୨୬ ବୁଥ୍ ଲେଭଲ ଏଜେଣ୍ଟ ମଧ୍ୟ ଦେଇଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ୩ଟାରୁ ୫ଟା ବୁଥ୍‌ରେ ଉପସ୍ଥିତ ରହିବେ ବିଏଲଓ । ସକାଳେ ଘର ଘର ବୁଲି ଗଣନା କରିବେ ।

Also Read:- ଯାଉଥିଲେ ଶ୍ରୀକ୍ଷେତ୍ର, ରାସ୍ତାକଡ ଗଛ ସାଜିଲା ବାଧକ ; ବୋଲେରୋ ଦୁର୍ଘଟଣାରେ ୧୦ ଗୁରୁତର

ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଅର୍ଥାତ ୩ କୋଟି ୧୬ ଲକ୍ଷ ୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି । ୧୭ ପ୍ରତିଶତ ସାମାନ୍ୟ ତ୍ରୁଟି ବାହାରିଛି । ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି । ଡୋର ଡୋର ବୁଲିବା ବେଳେ ତାକୁ ସଂଶୋଧନ କରିବେ ବିଏଲଓ । ମ୍ୟାପିଂ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ସାଇନ କରିବେ । ଭୋଟର ଚାହିଁଲେ ନୂଆ ଫଟୋ ଦେଇ ପାରିବେ । ସବୁ ଭୋଟରଙ୍କୁ ୨ଟା ଫର୍ମ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।