କଣାସ ୨୯।୫: ଯାଉଥିଲେ ଶ୍ରୀକ୍ଷେତ୍ର । କରିଥାନ୍ତେ ଜଗା ଦର୍ଶନ । ଆଶୀର୍ବାଦ ଭିକ୍ଷା କରିଥାନ୍ତେ । ହେଲେ ଅଧାରେ ରହିଗଲା ସବୁକିଛି । ନା ଯାଇପାରିଲେ ପୁରୀ, ନା ଦେଖିପାରିଲେ ଜଗାକୁ । ଅଧା ବାଟରେ ଦୁର୍ଘଟଣାଗ୍ରସ୍ତ ହେଲା ବୋଲେରୋ । ଦୁର୍ଘଟଣାରେ ଗୁରୁତର ହେଲେ ୧୦ ଯାତ୍ରୀ । ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡକରେ ଘଟିଛି ଦୁର୍ଘଟଣା ।

Also Read:- ଓଡ଼ିଶାରେ ଏଥର କମ୍‌ ବର୍ଷା, ମାଷ୍ଟରମାଇଣ୍ଡ୍‌ El-Nino ! ପ୍ରେସମିଟ୍‌ କରି ବଡ଼ ସୂଚନା ଦେଲା IMD

ବ୍ରହ୍ମପୁର ସୋରଡା ଅଞ୍ଚଳର ଗୋଟିଏ ପରିବାରର ୧୦ ଜଣ ବ୍ୟକ୍ତି ଯାଉଥିଲେ ପୁରୀ l ଜଗା ଦର୍ଶନ ପାଇଁ ଯିବାବେଳେ ଘଟିଲା ଦୁର୍ଘଟଣା l ରାସ୍ତାକଡ ଗଛରେ ପିଟିହେଲା ବୋଲେରୋ l ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡକରେ ଘଟିଛି ଏଭଳି ଦୁର୍ଘଟଣା l ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା l ଦୁର୍ଘଟଣାରେ ସମସ୍ତ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି l ଗୁରୁତରଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି l

ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।