ଉଦଳା ୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । କଲ୍ ରେକର୍ଡିଂ ଖୋଲିଦେଲା ଚନ୍ଦ୍ରିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରେମ ସମ୍ପର୍କ ଭିତରେ ଦ୍ବିତୀୟ ପ୍ରେମିକାଙ୍କ ଏଣ୍ଟ୍ରି ପରର ଚିତ୍ର । ସାମ୍ନାକୁ ଆସିଥିବା କଲ୍ ରେକର୍ଡିଂରେ ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମାଆ ହୀରାମଣି ହାଁସଦା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କୁ ବୁଝାଉଥିବା ଶୁଣାଯାଇଛି । ସେ ଆଉ ଚନ୍ଦ୍ରିକାଙ୍କୁ ଭଲପାଉ ନାହାନ୍ତି, ଚନ୍ଦ୍ରିକାଙ୍କ ପ୍ରତି ଆଉ ତାଙ୍କର ଭଲ ପାଇବା ଆସୁନାହିଁ ବୋଲି ପୁରୁଷ ବନ୍ଧୁ କହିଛନ୍ତି । ଏହା ସହିତ ଦୁଇ ପକ୍ଷରୁ ଭଲ ପାଇବା ନ ରହିଲେ ବାହାଘର କେମିତି ହେବ ବୋଲି ସେ କହିଛନ୍ତି । ଦୀର୍ଘ ବର୍ଷର ସମ୍ପର୍କ କିଛି ନୁହେଁ ବୋଲି ସେ କହିଛନ୍ତି ।

Also Read:- El Niño ପ୍ରଭାବ ଦେଶ ଉପରେ କମ୍ ପଡିପାରେ, ଏହା ସମ୍ପୂର୍ଣ୍ଣ ରୂପେ IOD ଉପରେ ନିର୍ଭରଶୀଳ

ଉଭୟଙ୍କ ମଧ୍ୟରେ ଝଗଡା ପରେ ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ କଥା ହେବା ପାଇଁ ତାଙ୍କ ମାଆଙ୍କୁ ଚାଟିଂ କରିଥିବା ମଧ୍ୟ ସାମ୍ନାକୁ ଆସିଛି । ଗତ ବୁଧବାର ଦିନ ଚନ୍ଦ୍ରିକା ନିଜ ପୁରୁଷ ବନ୍ଧୁଙ୍କ ଭାଇ ସହିତ କଥା ହେବା ପାଇଁ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ କେଶ କରିବାକୁ ମେସେଜରେ ତାଙ୍କ ମାଆଙ୍କୁ ଜଣାଇଛନ୍ତି ।

ଶୁଣନ୍ତୁ ଚନ୍ଦ୍ରିକାଙ୍କ ମାଆ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା…

କଟକ କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍‌ଙ୍କ ମୃତଦେହ ଉଦ୍ଧାର ଘଟଣାରେ ସନ୍ଦେହରେ ଚନ୍ଦ୍ରିକାଙ୍କ OAS ପୁରୁଷ ବନ୍ଧୁ । ପ୍ରେମ ବ୍ୟାପାରକୁ ନେଇ ସେ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଚନ୍ଦ୍ରିକାଙ୍କ ପରିବାର ଲୋକ । ୟା ଭିତରେ ସାମ୍ନାକୁ ଆସିଛି ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଓ ଚନ୍ଦ୍ରିକାଙ୍କ ମାଆଙ୍କ ଭିତରେ କଥାବାର୍ତ୍ତାର ଫୋନ୍ କଲ ଅଡିଓ ।

Also Read:- ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ : ୧୫ ବର୍ଷର ପ୍ରେମ ସଂପର୍କରେ ଆସିଲା ଫାଟ, ଆଉ କାହା ପାଇଁ ପ୍ରେମିକ କରିଲା ପ୍ରତାରଣା...

OAS ବାବୁଙ୍କୁ ଦରକାର ଥିଲା ଗୋରୀ ଝିଅ । ହେଲେ ପ୍ରଥମେ ଶ୍ୟାମଳି ଝିଅ ସହ ହୋଇଗଲା ପ୍ରେମ । ଆଉ ଯେତେବେଳେ ଗୋରୀ ଝିଅଟେ ମିଳିଗଲା ସେତେବେଳେ ଶ୍ୟାମଳି ଝିଅ ପ୍ରତି ଆଉ ରହିଲାନି ଭଲପାଇବା । ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍‌ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏମିତି ଅନେକ କିଛି ଗୁମର ପଦାକୁ ଆସିବାରେ ଲାଗିଛି । ମୃତ ଛାତ୍ରୀ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଚନ୍ଦ୍ରିକାଙ୍କ ସହ ପ୍ରେମ ସମ୍ପର୍କ ପରେ ବି ସେ ଗୋରୀ ହୋଇନଥିବାରୁ ପରବର୍ତ୍ତୀ ସମୟରେ ଚନ୍ଦ୍ରିକାଙ୍କୁ ବାହା ହେବାକୁ ରାଜି ହେଉନଥିଲେ ତାଙ୍କର ପୁରୁଷ ବନ୍ଧୁ । ଏମିତିକି ପୁରୁଷ ବନ୍ଧୁଙ୍କୁ ମନାଇବା ପାଇଁ ଚନ୍ଦ୍ରିକା ଗୋରା ହେବା ପାଇଁ ଭୁବନେଶ୍ବର ଯାଇ ସେଠାରେ ବ୍ୟୁଟି ଟ୍ରିଟ୍‌ମେଣ୍ଟ ନେଉଥିଲେ । ଇଞ୍ଜେକ୍ସନ ନେଇ ଗୋରୀ ହେବାକୁ ଚେଷ୍ଟା କରୁଥିଲେ ଚନ୍ଦ୍ରିକା । ଗୋରୀ ହେବା ପରେ ତାଙ୍କର OAS ପୁରୁଷ ବନ୍ଧୁ ତାଙ୍କୁ ବାହା ହେବାକୁ ରାଜି ହୋଇଯିବେ ବୋଲି ଭାବିଥିଲେ ଚନ୍ଦ୍ରିକା । ଗତ ମଙ୍ଗଳବାର ମଧ୍ୟ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ ଚନ୍ଦ୍ରିକା ।