କଟକ ୦୬।୦୬ : କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା । ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ । ପ୍ରାୟ ୧୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ସବୁକିଛି ଠିକ୍ ଠାକ୍ ଚାଲିଥିଲା। ଆସନ୍ତା ବର୍ଷ ଡିସେମ୍ବରରେ ବାହାଘର ହୋଇଥାନ୍ତା। ହେଲେ ଅନ୍ୟ ଜଣେ ଯୁବତୀ ପଶି ସବୁ ବିଭ୍ରାଟ କଲେ। ସମ୍ପର୍କରେ ଫାଟ ସୃଷ୍ଟି ହେଲା । ପ୍ରେମିକ ପ୍ରତାରଣା କଲା।

କାଠଯୋଡ଼ିରୁ ମୟୂରଭଞ୍ଜର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ ଙ୍କ ମୃତଦେହ ମିଳିବା ପରେ ବାରଙ୍ଗ ଥାନାରେ ଏହି ଅଭିଯୋଗ କରିଛନ୍ତି ତାଙ୍କର ମା' ହୀରାମଣି ହଂସଦା। ପ୍ରଥମେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା , କିନ୍ତୁ ପରେ ସନ୍ଦେହ ଘେରକୁ କିଛି ଚରିତ୍ର ଆସିବାରେ ଲାଗିଛନ୍ତି । ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ଆଡ଼କୁ ସନ୍ଦେହର ଆଙ୍ଗୁଠି ଯାଉଥିବା ବେଳେ, ପୋଲିସ ତଦନ୍ତ ଜାରି ରଖିଛି।

Also Read:-ଆଣ୍ଡାମାନରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ, ଭବିଷ୍ୟତରେ କମିବ ଅନ୍ୟ ଦେଶ ଉପରେ ନିର୍ଭରତା

ସେପଟେ କାଠଯୋଡ଼ିକୁ ଗୋଟିଏ ପରେ ଗୋଟିଏ ମୃତଦେହ ଆସିବା ରହସ୍ୟକୁ ଆହୁରି ଜଟିଳ କରୁଛି। କାଠଯୋଡ଼ି ନଦୀପଠା ଯେମିତି ଏବେ ଡେଥ ଜୋନ୍ ପାଲଟିଛି। ଗତ ୧୫ ଦିନରେ କାଠଯୋଡ଼ି ନଦୀ ପଠାରୁ ୪ଟି ମୃତଦେହ ମିଳିଲାଣି। ୨୧ ତାରିଖରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଯାହାକୁ ନେଇ ବାରଙ୍ଗଥାନାରେ ହାଜତ ନିର୍ଯାତନା ଘଟଣା ପକାଉଠା କରିଥିଲା। ଏହା ପରେ ୨୬ ତାରିଖରେ ପୁଣି ଜଣେ ମହିଳାଙ୍କର ମୃତଦେହ ମିଳିଥିଲା। ତାଙ୍କର ମଧ୍ୟ ପରିଚୟ ଏଯାବତ ମିଳିନାହିଁ। ଏହାପରେ ୪ ଜୁନ ରେ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା।