ଭୁବନେଶ୍ୱର: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଝଡ଼ । ଦିଲ୍ଲୀରୁ ଓଡ଼ିଶା ସରଗରମ ରାଜନୀତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟର ନିନ୍ଦା କରି ରାଜ୍ୟସଭାରେ ବର୍ଷିଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନସୂଚକ ବୟାନ ଦେଇଥିବା ଦାବି କରି ନିଶିକାନ୍ତଙ୍କ କ୍ଷମା ଦାବି କରିଛି । ନିଶିକାନ୍ତଙ୍କ ମନ୍ତବ୍ୟକୁ ଅଗଣତାନ୍ତ୍ରିକ କହିବା ସହ ବିଜେପିକୁ ଘେରିଛି ବିଜେଡି।

ବର୍ଷିଲେ ବିଜୟ:

ସେପଟେ ବିଜୁ ବାବୁଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟ ନେଇ ବର୍ଷିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ନିଶିକାନ୍ତ ଦୁବେଙ୍କ ଏଭଳି ମନ୍ତବ୍ୟଙ୍କୁ ମୁଁ ଦୃଢ଼ ନିନ୍ଦା କରୁଛି । ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ମନ୍ତବ୍ୟ । ବିଜୁ ବାବୁଙ୍କ ବିଷୟରେ କିଛି ନଜାଣି ଏଭଳି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଘାତ ଦେଇଛି ।

Also Read...Biju Row in assembly: ମହାପୁରୁଷଙ୍କୁ ସମ୍ମାନ ଦେବା ଜଣାନାହିଁ, ଓଡ଼ିଆ ଅସ୍ମିତା କଥା କହିବ କି ବିଜେପି ?

କ୍ଷମା ମାଗନ୍ତୁ ସାଂସଦ:

ସାଂସଦ ନିଶିକାନ୍ତ ଦୁବେ ନିସର୍ତ୍ତ କ୍ଷମା ମାଗନ୍ତୁ । ଆହୁରି ବି ଭାରତ ସରକାର ତାଙ୍କ ଉପରେ ଆକ୍ସନ ନିଅନ୍ତୁ । ତୁଚ୍ଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ, ଯାହା କହିଛନ୍ତି ସେ ସବୁ ମନଗଢା କାହାଣୀ ବୋଲି କହିଛନ୍ତି ବିଜୟ । ମୋଟାମୋଟି ଭାବେ କହିବାକୁ ଗଲେ ପାଗଳ ଭଳି ବିବୃତି ରଖିଛନ୍ତି ଦୁବେ । ୧୯୬୨ରେ ଚାରିବାଟିଆ ତିଆରି ହୋଇନଥିଲା, ୧୯୬୩ ରେ ଚାରଵାଟିଆ ତିଆରି ହୋଇଥିଲା । ଏହା ସମ୍ପୂର୍ଣ ଭାବେ ଏନଏସ୍ଏ ଅଧୀନରେ ରହିଥାଏ । ସେତେବେଳେ ସିଆଇଏ ମଧ୍ୟ ଗଠନ ହୋଇନଥିଲା ।

ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ଭାରତ ସରକାର ତାଙ୍କୁ ଭାରତ ସରକାରଙ୍କ ପ୍ରତିନିଧି ରୂପେ ପଠାଇଥିଲେ । ଯୁଦ୍ଧ ପରିଚାଳନାରେ ବିଜୁ ବାବୁଙ୍କ ଦକ୍ଷତା ଥିବାରୁ ତାଙ୍କ ଭାରତ ସରକାର ତାଙ୍କୁ ପଠାଇଥିଲେ । ନିଶିକାନ୍ତ ଦୁବେ ହେଉଛନ୍ତି ଜଣେ କର୍ପୋରେଟ ଏଜେଣ୍ଟ ବୋଲି କହି ବର୍ଷିଛନ୍ତି ବିଜୟ ମହାପାତ୍ର ।