ଭୁବନେଶ୍ୱର: ପଲ୍ଲୀରୁ ଦିଲ୍ଲୀ ବିଜୁ ତାତି । ସଂସଦରୁ ସଡ଼କ ଥମୁନି ପ୍ରବାଦ ପୁରୁଷଙ୍କୁ ନେଇ ଉଠିଥିବା ଝଡ । ଖାଲି ବିଜେଡି ନୁହେଁ ସବୁ ଦଳର ନେତା ଏକାଠି ହୋଇଛନ୍ତି । ଏହାର ଫଳସ୍ୱରୁପ ବିଧାନସଭାରେ ଦେଖିବାକୁ ମିଳିଛି । ବର୍ଷିଛି ବିଜେଡି କହିଛି, ଭାରତର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କୁ ବିଜେପି ସାଂସଦ ଦେଇଥିବା ଅପମାନ ଓଡ଼ିଶା ପ୍ରତି ଅପମାନ ।

ବର୍ଷିଲା ବିଜେଡି:

ସାଢେ ୪ କୋଟିଙ୍କୁ ଅପମାନ । ସାରା ଓଡ଼ିଶା ମର୍ମାହତ । ସାଂସଦ ଇତିହାସକୁ ବିକୃତ କରିବାକୁ ଚାହିଁଛନ୍ତି । ବିଜେପି ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି । ସେମାନେ ଇଂରେଜ ସହ ହାତ ମିଶାଇଥିଲେ । ଓଡ଼ିଶା ବିଜେପି ବି ବିଜୁ ବାବୁଙ୍କୁ ଅପମାନ କରିଛନ୍ତି । ତାଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ ବନ୍ଦ ହେଲା । ବିଜୁ କ୍ରୀଡା ପୁରସ୍କାରର ନାମ ବଦଳାଇବାକୁ ଅପଚେଷ୍ଟା ହୋଇଥିଲା। ବିଜେଡି ନିନ୍ଦା ପ୍ରସ୍ତାବ ଆଣିଛି । ଏହାକୁ ଗ୍ରହଣ ନ କରାଗଲେ, ବିଜେଡିର ପ୍ରତିବାଦ ଜାରି ରହିବ କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଧ ଦାସ ।

Also Read..House Adjourn:ବିଧାନସଭା ବଜେଟ୍‌ ଅଧିବେଶନରେ ବିଜୁ ଝଡ଼, ବିରୋଧୀ ଚଳାଇ ଦେଲେନି ଗୃହ

କଣ କହିଲେ କଂଗ୍ରେସ ନେତା?

ସେହିଭଳି ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ଦେଇଥିବା ମନ୍ତବ୍ୟ ଓଡିଶା ଜାତି ପାଇଁ ଅସମ୍ମାନ । ସଂସଦରେ ପଣ୍ଡିତ ଜବାହାର ନେହେରୁଙ୍କ ପ୍ରତି ଦିଆଯାଉଥିବା ମନ୍ତବ୍ୟ ବି ଠିକ ନୁହେଁ। ଆଗ ପୂଜ୍ୟ ପୂଜାଙ୍କୁ ସମ୍ମାନ ଦେବା ଶିଖନ୍ତୁ । ବିଜୁଙ୍କୁ ଅସାମ୍ନାନ ଓଡିଆ ଅସ୍ମିତା କଥା। ତେଣୁ ଏକଥା ଗୃହରେ ଆଲୋଚନାକୁ ଆସୁ। ନିନ୍ଦା ପ୍ରସ୍ତାବ ଗୃହୀତ ହେଉ। ପୂଜ୍ୟାପୂଜାଙ୍କୁ ସମ୍ମାନ ଦେଇ ବିଜେପି ଜାଣିନି। ଆଗ ସେ ପାଠ ପଢିକି ଆସନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ।

ସିପିଆଇ ମିଶାଇଲା ତାଳ:

ବିଜେଡି କଂଗ୍ରେସ ସହ ତାଳ ମିଳାଇଛି CPIM । ସେ କହିଛନ୍ତି ବିଜୁ ପଟ୍ଟନାୟକ ପ୍ରବାଦ ପୁରୁଷ । ତାଙ୍କ ପାଇଁ ସମସ୍ତଙ୍କ ସମ୍ମାନ ଅଛି । ଏପରି ସମ୍ମାନନୀୟ ବ୍ୟକ୍ତିତ୍ୱଙ୍କ ପ୍ରତି ବିଜେପି ସାଂସଦଙ୍କ ଅପମାନଜନକ ବିବୃତି, ଗ୍ରହଣୀୟ ନୁହେଁ । ଏହାକୁ ବିଜେଡି, କଂଗ୍ରେସ ଓ CPIM ଗୃହରେ ପ୍ରତିବାଦ କରାଯାଇଛି। ଏହା ବିରୋଧରେ ନିନ୍ଦା ପ୍ରସ୍ତାବ ଅଣାଯାଇଛି ବୋଲି CPIM ବିଧାୟକ ଲକ୍ଷ୍ମଣ ମୁଣ୍ଡା ।

ବିଜେପି ରଖିଲା ସ୍ପଷ୍ଟୀକରଣ:

ସେପଟେ ସ୍ପଷ୍ଟୀକରଣ ରଖିଲା ବିଜେପି । ସେ କହିଛନ୍ତି ସ୍ବର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶାର ଅଭିମାନ, ଗର୍ବ ଓ ଗୌରବ । ଏହା ଆମ ସମସ୍ତଙ୍କ ବିଶ୍ୱାସ । ଗତ ଦୁଇ ଦିନ ତଳେ ଜଣେ ସାଂସଦ ବାହାରେ ମିଡ଼ିଆ ବାଇଟ ଦେଇଥିଲେ । ହେଲେ ବିଜେପି ନେତା ଏହାକୁ ନିନ୍ଦା କରିଛନ୍ତି । ଯିଏ ଏହା କହିଥିଲେ, ସେ ସ୍ପଷ୍ଟୀକରଣ ରଖିଛନ୍ତି । ବିଜୁ ବାବୁଙ୍କ ଉପରେ ତାଙ୍କ ସମ୍ମାନ ଅଛି ବୋଲି କହିଛନ୍ତି । କେବଳ ନେହରୁ ଓ ଗାନ୍ଧୀ ପରିବାରକୁ କହିଥିଲେ ।

ବିଜୁ ବାବୁଙ୍କୁ ଯଦି କେହି ସମ୍ମାନ ଦିଅନ୍ତି, ତାହା ବିଜେପି । ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦିଙ୍କ ଭାଷଣରୁ ଏହା ଜଣା ପଡେ। ଯେଉଁ ଦଳ ସହ ମିଶି ବିଜେଡି ଗୃହରେ ଏହା କରୁଛନ୍ତି, ଏହା ବିଜୁ ବାବୁଙ୍କ ଆତ୍ମାକୁ କଷ୍ଟ ଦେଉଥିବ। କାରଣ ବିଜୁ ବାବୁ ଅଣ କଂଗ୍ରେସ ରାଜନୀତିର ପୁରୋଧା। ବିଜୁ ବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ।