ଭୁବନେଶ୍ୱର ୧୮।୦୬: ନୂଆ ବହି, ନୂଆ ନୀତି, ନୂଆ ଉତ୍ସାହ। ଛୁଟି ସରିଲା, ଦାୟିତ୍ୱ ଆରମ୍ଭ । ଶେଷ ହେଲା ଖରା ଛୁଟି। ଖୋଲିଲା ସ୍କୁଲ। ରାଜ୍ୟର ୨୦ ଜିଲ୍ଲାରେ ଖରା ଛୁଟି ଶେଷ ହେବା ସହ ଆଜିଠୁ ସ୍କୁଲ ଖୋଲିଛି । ବାକି ୧୦ ଜିଲ୍ଲାରେ ଜିଲ୍ଲାପାଳ ଖରାଛୁଟି ଅବଧିକୁ ବଢାଇ ଥିବାରୁ ସେଠାରେ ୨୨ ତାରିଖରୁ ସ୍କୁଲ ଖୋଲିବ ।

ମୌସୁମୀ ଆସିଥିଲେ ବି ଏପର୍ଯ୍ଯନ୍ତ ଖରା ଓ ଗୁଳୁଗୁଳିରୁ ତ୍ରାହି ମିଳିନଥିବାରୁ ୧୦ ଜିଲ୍ଲା ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯାଇଛି। ସ୍କୁଲ ଖୋଲିବା ନେଇ ଏମିତି ଅଜବ ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଖୋର୍ଦ୍ଧା, କଟକ ଜିଲ୍ଲାରେ ୪୫ ଡିଗ୍ରୀ ଭଳି ତାତି। ଟାଏଁ ଟାଏଁ ଖରା । ଭୀଷଣ ଗୁଳୁଗୁଳି। ବର୍ଷା ନାହିଁ । ଏମିତି ଅସ୍ବାଭାବିକ ଗରମ ଜ୍ଵାଳାରେ ଛଟପଟ ହୋଇ ୨୦ ଜିଲ୍ଲାରେ ପିଲା କେମିତି ସ୍କୁଲ ଯିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଦିନ ତମାମ ଗରମ, ଗୁଳିରେ ସନ୍ତୁଳି ହୋଇ ଶ୍ରେଣୀ ଗୃହରେ କେମିତି ବସି ପାଠ ପଢ଼ିବେ ତାକୁ ନେଇ ଉଠିଛି ପ୍ରଶ୍ନ।

Watch Video :-