ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ଚୋରି କିମ୍ବା ହେରଫେର ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ମର୍ମାହତ ହୋଇଥିଲେ ସାରା ଦୁନିଆର ରାମଭକ୍ତ। ଏଥିରେ ରାଜନୀତି ବି ଜୋର୍ ହେଲା। କେନ୍ଦ୍ର ଏବଂ ଉତ୍ତର ପ୍ରଦେଶର ବିଜେପି ସରକାରଙ୍କୁ ଖୁବ ଘେରିଲେ ବିଜେପି। ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲା। ଦୀର୍ଘ ସମୟର ଶୁଣାଣି ପରେ ଶେଷରେ ନଭେମ୍ବର ୨ରେ ମାମଲା ଉପରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ।

ଉତ୍ତର ପ୍ରଦେଶ ସରକାର କୋର୍ଟକୁ ଜଣାଇଛନ୍ତି ଯେ, ମାମଲାରେ ଚାର୍ଜସିଟ୍ ଦାଖଲ ହୋଇ ସାରିଛି। ଏହା ପରେ ସୁପ୍ରିମକୋର୍ଟ ମାଜିଷ୍ଟ୍ରେଟଙ୍କୁ ଆଇନଗତ ଭାବେ ଆଗାମୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ଵାଧୀନ ପୀଠ କହିଛନ୍ତି, ଯଦି ଆବେଦନକାରୀ ଚାହିଁବେ ତେବେ ମୋକଦ୍ଦମା ସମୟରେ ଟ୍ରାଏଲ କୋର୍ଟଙ୍କ ସହାୟତା କରି ପାରିବେ। ଉଚ୍ଚତମ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅଭିଯୋଗର ଗୁଣ-ଦୋଷ ଉପରେ କୌଣସି ରାୟ ଦିଆଯାଇ ନାହିଁ।

Also Read: ବିଜେପିରେ ମିଶି ମୁସ୍କିଲରେ ନବ ନିର୍ବାଚିତ ଦୁଇ MLC, ସଦସ୍ୟତା ରଦ୍ଦ କରିବାକୁ ଦାବି କଲେ ବିରୋଧୀ

ରାଜ୍ୟ ସରକାରଙ୍କ ଭୂମିକା

ଜୁଲାଇ ୨୦ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ ଯେ, ତଦନ୍ତ ପାଇଁ ନୂଆ ଏସଆଇଟି ଟିମ୍ ଗଠନ କରନ୍ତୁ। ଜୁଲାଇ ୨୭ରେ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇଥିଲେ ଯେ, କୋର୍ଟଙ୍କ ଆଦେଶର ପାଳନ କରାଯାଇଛି। ନୂଆ ଏସଆଇଟିର ନେତୃତ୍ଵ ଦାୟିତ୍ଵ ଲକ୍ଷ୍ନୌ ରେଞ୍ଜର ଆଇଜି କିରଣ ଏସଙ୍କୁ ଦିଆଯାଇଛି। ଏହି ଟିମରେ ଜଣେ ଡିଆଇଜି ଏବଂ ଜଣେ ଏସଏସପି ମଧ୍ୟ ସାମିଲ୍ ଅଛନ୍ତି।

ସେପ୍ଟେମ୍ବର ୨୧ ଶୁଣାଣି ସମୟରେ ଏସଆଇଟି କୋର୍ଟରେ ଜଣାଇଥିଲେ ଯେ, ଦାନ ଅର୍ଥ ଚୋରିର ମୋଟ୍ ୧୦୫ ଘଟଣା ଘଟିଛି। ଏଥିରେ ୮ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଛି। ସିସିଟିଭି ଫୁଟେଜ, ବ୍ୟାଙ୍କ ଖାତାର ରେକର୍ଡ ପରି ଅନେକ ପ୍ରମାଣ ଉପସ୍ଥାପନ କରାଯାଇଛି। ସବୁ ପ୍ରମାଣ ଦେଖିବା ପରେ ସୁପ୍ରିମକୋର୍ଟ ଚାର୍ଜସିଟ୍ ଦାଖଲ କରିବାକୁ ଏସଆଇଟିକୁ ଅନୁମତି ଦେଇଥିଲେ।

Also Read: 'ରାହୁଲ ଗାନ୍ଧୀ ବାଂଲାଦେଶରେ ନିର୍ବାଚନ ଲଢିବେ, ମୁଁ ତାଙ୍କୁ ଢାକା ପଠାଇବି'- ବିଶ୍ୱଶର୍ମା

କେଉଁ ଯାଚିକାର ସମାଧାନ କଲେ ସୁପ୍ରିମକୋର୍ଟ

ସୋମବାର ନଭେମ୍ବର ୨ରେ ଶୁଣାଣି ସମୟରେ ୟୁପି ସରକାର କୋର୍ଟରେ ଜଣାଇଛନ୍ତି ଯେ, ଏସଆଇଟି ଚାର୍ଜସିଟ୍ ଦାଖଲ କରି ଦେଇଛି। ଏହା ପରେ ସୁପ୍ରିମକୋର୍ଟ ଟ୍ରାଏଲ କୋର୍ଟର ଜଜ ଏବେ ଆଇନ ହିସାବରେ ମାମଲାର ବିଚାର କରିବେ। ଯେଉଁ ଲୋକେ ଯାଚିକା ଦାଖଲ କରିଥିଲେ, ସେମାନେ ଟ୍ରାଏଲ କୋର୍ଟରେ ନିଜର ମତ ରଖି ପାରିବେ।

ସୁପ୍ରିମକୋର୍ଟ ଯେଉଁ ୫ ଯାଚିକ ଉପରେ ଶୁଣାଣି ବନ୍ଦ କରିଛନ୍ତି, ସେଥିରେ ଓକିଲ ନରେନ୍ଦ୍ର କୁମାର ଗୋସ୍ଵାମୀ, ଅଜୟ କୁମାର ରାୟ, ଆରଜେଡି ସାଂସଦ ସୁଧାକର ସିଂ, ହିନ୍ଦୁ ଧର୍ମ ପରିଷଦ ଓ ଅଖିଳ ଭାରତ ହିନ୍ଦୁ ମହାସଭା ଦାଖଲ କରିଥିଲେ। ଏହି ଯାଚିକାରେ ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିବା, ସ୍ଵତନ୍ତ୍ର ଏସଆଇଟି ଗଠନ କରିବା, ଦାନ ପରିଚାଳନାର ସମୀକ୍ଷା କରିବା, ଟ୍ରଷ୍ଟର ଫରେନ୍ସିକ ଅଡିଟ୍ କରାଇବା ଏବଂ ମନ୍ଦିରକୁ ମିଳୁଥିବା ଦାନର ତଥ୍ୟ ସାର୍ବଜନୀନ ଓ୍ଵେବସାଇଟରେ ଅପଲୋଡ କରିବାକୁ ଦାବି କରାଯାଇଥିଲା।