ନୂଆଦିଲ୍ଲୀ, ୨/୧୧ : ବିରୋଧୀ ଦଳ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ବିରୋଧୀଙ୍କ ପାଇଁ ମାହୋଲ ଅସ୍ଥିର ହେଉଛି । ରାହୁଲ ଗାନ୍ଧୀ ବାଂଲାଦେଶରୁ ନିର୍ବାଚନ ଲଢନ୍ତୁ ବୋଲି ବିଜେପିର ଗଣତନ୍ତ୍ର ବଞ୍ଚାଓ ଏବଂ ଅରାଜକତା ହଟାଓ ପଦଯାତ୍ରାରେ ଯୋଗଦେଇ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ହିମନ୍ତ କହିଛନ୍ତି ଯେ, ବିଜେପି ଭୋଟ୍ ଚୋରି କରେ ନାହିଁ । ଲୋକଙ୍କ ହୃଦୟ ଜିତିଥାଏ । କଂଗ୍ରେସ ଦେଶରେ ଅସ୍ଥିରତା ସୃଷ୍ଟି କରୁଛି । ଭାରତ ବାଂଲାଦେଶ ନୁହେଁ । ଏହା ଏକ ଗଣତନ୍ତ୍ର ଅଟେ । ଏଠାରେ ସରକାର ଜନତାଙ୍କ ଭୋଟରେ ବିଜୟୀ ହୋଇଥାନ୍ତି । ନେପାଳରେ ମଧ୍ୟ ଅରାଜକତା ସୃଷ୍ଟି କରାଯାଇଥିଲା । ହେଲେ ଭାରତରେ ଏପରି ହୋଇପାରିବ ନାହିଁ ।

Also Read :- ମେ'-ଡେ, ମେ'-ଡେ...ବିମାନଟି ମାଟିରେ କ୍ରାଶ୍ କରିଯିବ : ଭୟଙ୍କର ଦୁର୍ଘଟଣା ପୂର୍ବରୁ ପାଇଲଟଙ୍କ ଅଡିଓ ଭାଇରାଲ

ସେ ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ବାଂଲାଦେଶରେ ନିର୍ବାଚନ ଲଢିବା ଦରକାର । ଯଦି ବାଂଲାଦେଶ ପ୍ରତି ଏତେ ଭଲ ପାଇବା ଅଛି ତାହାଲେ ସେ ସେଠାରୁ ନିର୍ବାଚନ ଲଢନ୍ତୁ । ରାହୁଲ ଆସାମ ଆସିଲେ ସେ ନିଜେ ତାଙ୍କୁ ବାଂଲାଦେଶ ପଠାଇଦେବେ । ଏଥିରେ ଶୁଭେନ୍ଦୁ ଅଧିକାରୀ ମଧ୍ୟ ସହଯୋଗ କରିବେ ବୋଲି ହିମନ୍ତ କହିଛନ୍ତି ।

କେବଳ ଏତିକି ନୁହେଁ, ଆହୁରି ମଧ୍ୟ ହିମନ୍ତ କହିଛନ୍ତି ଯେ, ଦେଶରେ ସରକାର ଜନତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥାଏ । କଂଗ୍ରେସ କେବେ ସରକାରକୁ ଆସିବ ନାହିଁ । ବାଲଟ ପେପରରେ ନିର୍ବାଚନ ହେଲେ ବି ସେମାନେ ଜିତିବେ ନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ।