ପୁରୀ ୧।୧୧: ଲାଲ୍ ଆକାଶ ତଳେ ଝଲସୁଛି ପୁରୀ ଶ୍ରୀମନ୍ଦିର । ରବିବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏଭଳି ଅପୂର୍ବ ଦୃଶ୍ୟ । ଏହି ଦିବ୍ୟ ଦୃଶ୍ୟ ଦେଖି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଭକ୍ତ ।

ଲାଲ୍ ଆକାଶକୁ ଦେଖି ଲାଗୁଛି ସତେ ଯେମିତି ଶ୍ରୀମନ୍ଦିର ଉପରେ କେହି ସିନ୍ଦୂର ଢାଳି ଦେଇଛି । କିଏ ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଛି ତ ଆଉ କିଏ ଚର୍ମ ଚକ୍ଷୁରେ ଦେଖି ନିଆରା ଅନୁଭୂତି ପାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଆକାଶରେ ନାଲି ରଙ୍ଗ ଦେଖି ବେଶ ଭାବବିହ୍ୱଳ ହୋଇପଡିଛନ୍ତି ।

Also Read:- ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ଆକ୍ସନ, ବାଲେଶ୍ୱରରୁ ଫେରାର ଅଭିଯୁକ୍ତ ଗିରଫ

ଦିନ ସାରା ଖରାରେ କଷ୍ଟ ପାଇ ବଡଦାଣ୍ଡରେ ଠିଆ ହୋଇ ଯେତେବେଳେ ଭକ୍ତ ଏମିତି ଦୃଶ୍ୟ ଦେଖେ, ତାର ସବୁ କ୍ଳାନ୍ତି ଦୂର ହୋଇଯାଏ ବୋଲି ବିଶ୍ବାସ ରହିଛି । ପ୍ରକୃତି ଓ ପରମାତ୍ମାର ଏଭଳି ମିଳନର ସାକ୍ଷୀ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ଶ୍ରଦ୍ଧାଳୁ ।