ନୂଆଦିଲ୍ଲୀ: SBI କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର। ଡିସେମ୍ବର ୧ ତାରିଖ ଠାରୁ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ। କିଛି ନିର୍ଦ୍ଦିଷ୍ଟ ଉଚ୍ଚ ମୂଲ୍ୟରେ ପରିବହନ ଏବଂ ଫ୍ୟୁଲ୍ ଟ୍ରାଞ୍ଜାକ୍ସନ(ଇନ୍ଧନ ଖର୍ଚ୍ଚ) ପାଇଁ SBI ଗ୍ରାହକଙ୍କୁ ଏବେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ।

ଯେଉଁ କ୍ରେଡିଟ୍ କାର୍ଡ ଗ୍ରାହକମାନେ ନିୟମିତ ବଡ଼ଧରଣର ପରିବହନ ସମ୍ପର୍କିତ ଟ୍ରାଞ୍ଜାକ୍ସନ( ନିୟମିତ ଯିବା ଆସିବା କରିବାର ଉଚ୍ଚ ମୂଲ୍ୟର ଭଡ଼ା କ୍ରେଡିଟ କାର୍ଡ ମାଧ୍ୟମରେ ଦେବା), କିମ୍ବା ପେଟ୍ରୋଲ ପମ୍ପରେ ଉଚ୍ଚା ମୂଲ୍ୟରେ ନିୟମିତ ଇନ୍ଧନ କିଣୁଛନ୍ତି, ସେମାନେ ଏହି ନୂଆ ନିୟମ ବିଷୟରେ ଜାଣି ରଖିବା ନିହାତି ଦରକାର।

Also Read-  ଟାଟାର ରାଜୁତି ଶେଷ ! ଜିଓର ଲିଷ୍ଟିଂ ପରେ ରିଲାଏନ୍ସ ହେଲା ଦେଶର ସବୁଠାରୁ ମୂଲ୍ୟବାନ ବିଜନେଶ ଗ୍ରୁପ୍

ଡିସେମ୍ବର ୧ ତାରିଖ ଠାରୁ ଏଭଳି ଟ୍ରାଞ୍ଜାକ୍ସନ ପାଇଁ ଏସବିଆଇ କ୍ରେଡିଟ କାର୍ଡଧାରୀଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିପାରେ। ଏଥିପାଇଁ ଅକ୍ଟୋବର ୨୭ ତାରିଖରେ ଷ୍ଟେଟ୍ ବ୍ୟାଙ୍କ ନୋଟିସ୍ ଜାରି କରି ସୂଚନା ଦେଇଥିଲା। ଯାହା ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ଏସବିଆଇ କାର୍ଡ ୱେବ୍‌ସାଇଟରେ ଉପଲବ୍ଧ ଅଛି।

୩୦ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୧% ଛାର୍ଜ

ଶଂସୋଧିତ ଫି ଷ୍ଟ୍ରକ୍ଚର ଅନୁସାରେ ଯେଉଁ ଟ୍ରାନ୍ସପୋର୍ଟେସନ ଟ୍ରାଞ୍ଜାକ୍ସନର ମାତ୍ର ୩୦ ହଜାର ଅତିକ୍ରମ କରିବା ସେଥିରେ ଗ୍ରାହକଙ୍କୁ ୧ ପ୍ରତିଶତ ଚାର୍ଜ ଦେବାକୁ ପଡ଼ିବ। ଏସବିଆଇ କାର୍ଡ ୱେବ୍‌ସାଇଟରେ ଦିଆଯାଇଥିାବ ନୋଟିସରେ ଲେଖାଯାଇଛି “୧ ଡିସେମ୍ବର, ୨୦୨୬ ଠାରୁ, ୩୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟେକ ପରିବହନ କାରବାର (ଯାହା MCC ୪୧୧୧, ୪୭୮୪, ୪୧୩୧ ଅଧୀନରେ ଚିହ୍ନିତ) ଉପରେ କାରବାର ରାଶିର ୧% ଶୁଳ୍କ ଲାଗୁ ହେବ।”

ଉଦାହରସ୍ୱରୂପ ଯଦି ଜଣେ SBI କ୍ରେଡିଟ୍ କାର୍ଡ ୟୁଜର ପରିବହନ ସମ୍ବନ୍ଧୀୟ କୌଣସି କାରବାରରେ ୩୫,୦୦୦ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ୧% ଶୁଳ୍କ ବାବଦକୁ ୩୫୦ ଟଙ୍କା ଦେବାକୁ ପଡ଼ିବ।

ଗୋଟିଏ ବିଲିଂ ସାଇକେଲ୍‌ରେ ୫୦ ହଜାରରୁ ଅଧିକ ଖର୍ଚ୍ଚ ହେଲେ ଲାଗିବ ଚାର୍ଜ

ପ୍ରତ୍ୟେକ ବିଲିଂ ସାଇକେଲ୍ରେ ଏସ୍ବିଆଇ କ୍ରେଡିଟ କାର୍ଡଧାରୀ ନିଜର ଇନ୍ଧନ ବାବଦକୁ କରୁଥିବା ଖର୍ଚ୍ଚ ଉପରେ ନଜର ରଖିବାକୁ ପଡ଼ିବ। କୌଣସି ବିଲିଂ ସାଇକେଲ୍‌ରେ ଏହି କାରବାର ୫୦ ହଜାର ଟଙ୍କାରୁ ଅଧିକ ହେଇଗଲା, ତେବେ ଇନ୍ଧନ ବାବଦର ମୋଟ ଖର୍ଚ୍ଚ ଉପରେ ୧ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ।