Jio Listing Effect: ଶେୟାର ବଜାରରରେ ଜିଓ ପ୍ଲାଟଫର୍ମର ମେଗା ଲିଷ୍ଟିଂ ପରେ ଦେଶର ସବୁଠାରୁ ମୂଲ୍ୟବାନ ଗ୍ରୁପ(କଙ୍ଗ୍ଲୋମୋରେଟ) ହେଲା ରିଏଲାନ୍ସ ଗ୍ରୁପ୍। ଟାଟା ଗ୍ରୁପକୁ ପଛରେ ପକାଇ କମ୍ପାନୀ ଏହି ସଫଳତା ହାସଲ କରିଛି। ରିଲାଏନ୍ସର ମାର୍କେଟ୍ କ୍ୟାପିଟାଲାଇଜେସନ ୨୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଯାହା ଟାଟା ଭଳି କମ୍ପାନୀକୁ ପଛରେ ପକାଇ ଦେଇଛି। ଟାଟା ଗ୍ରୁପ ଏମିତି ଏକ କମ୍ପାନୀ ଯାହାର ବ୍ୟବସାୟ ଲୁଣ ଠାରୁ ଆରମ୍ଭ କରି ସଫ୍ଟୱେୟାର ପର୍ଯ୍ୟନ୍ତ ରହିଛି। ହେଲେ ଜିଓର ଲିଷ୍ଟିଂ ପରେ ମୂଲ୍ୟବାନ ବିଜନେଶ କଙ୍ଗ୍ଲୋମୋରେଟରେ ଟାଟା ଦ୍ୱିତୀୟ ସ୍ଥାନକୁ ଖସି ଆସିଛି।

ଜିଓ ପ୍ଲାଟଫର୍ମର ଲିଷ୍ଟିଂ ପୂର୍ବରୁ ରିଲାଏନ୍ସ ଗ୍ରୁପର ମୋଟ ମାର୍କେଟ୍ ଭାଲ୍ୟୁ ୧୮ ଲକ୍ଷ କୋଟି ଥିଲା। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଭାଲ୍ୟୁ ୧୬ ଲକ୍ଷ କୋଟି ଓ ଜିଓ ଫାଇନାନ୍ସିଆଲ୍ ସର୍ଭିସେଜର ଭାଲ୍ୟୁ ୧ ଲକ୍ଷ କୋଟିରୁ ସାମାନ୍ୟ ଅଧିକ ଥିଲା। ହେଲେ ଶେୟାର ମାର୍କେଟ୍‌ରେ ଲିଷ୍ଟିଂ ପରେ ବଜାର ପୁଞ୍ଜିକରଣ(ମାର୍କେଟ କ୍ୟାପିଟାଲାଇଜେସନ) କ୍ଷେତ୍ରରେ ରିଲାଏନ୍ସ ଗ୍ରୁପ ଦେଶର ନମ୍ବର ବିଜନେଶ ଗ୍ରୁପ ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ତଥ୍ୟ ଅନୁସାରେ କାରାବର ଶେଷ ହେବା ପରେ ରିଏଲାନ୍ସ ଗ୍ରୁପର କମ୍ପାନୀଗୁଡ଼ିକ ଯଥା- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଜିଓ ପ୍ଲାଟଫର୍ମ ଏବଂ ଜିଓ ଫାଇନାନ୍ସିଆଲ୍ ସର୍ଭିସେସର ମିଳିତ ମାର୍କେଟ କ୍ୟାପିଟାଲାଇଜେସନ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ରହିଥିଲା। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ୍ କ୍ୟାପିଟାଲାଇଜେସନ ୧୫,୬୭ ଲକ୍ଷ କୋଟି, ଜିଓ ପ୍ଲାଟଫର୍ମର ପାଖାପାଖି ୧୩ ଲକ୍ଷ କୋଟି ଟଙ୍କା ଓ ଜିଓ ଫାଇନାନ୍ସିଆଲ୍ ସର୍ଭିସେସର ୧.୩୫ ଲକ୍ଷ କୋଟି ଟଙ୍କା ରହିଥିଲା।

​​​​​​​Also Read- ଶିପିଂ କଣ୍ଟେନର କ୍ଷେତ୍ରରେ ଚୀନର ଦାଦାଗିରି ଶେଷ କରିବ ଭାରତ: ୧୦ ହଜାର କୋଟିର CMAS ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି

ଏହା ତୁଳନାରେ ଟାଟା ଗ୍ରୁପର ପ୍ରମୁଖ ଲିଷ୍ଟେଡ୍ କମ୍ପାନୀଗୁଡ଼ିକର ମିଳିତ ମାର୍କେଟ କ୍ୟାପିଟାଲାଇଜେସନ ୨୫.୨୮ ଲକ୍ଷ କୋଟି ଟଙ୍କା ହୋଇଥିଲା। ଟାଟା ଗ୍ରୁପରେ ଟିସିଏସ୍, ଟାଟା ଷ୍ଟିଲ, ଟାଇଟନ, ଟାଟା ପାୱାର, ଟାଟା ମୋଟର୍ସ ପାସେଞ୍ଜର ଭେଇକଲ ଓ ଟ୍ରେଣ୍ଟ ସାମିଲ ଅଛନ୍ତି।

ରିଲାଏନ୍ସ ଗ୍ରୁପର ଡିଜିଟାଲ ସର୍ଭିସ ସହ ଜଡ଼ିତ କମ୍ପାନୀ ଜିଓ ପ୍ଲାଟଫର୍ମ୍ସର ଶେୟାର ବୁଧବାର ୧,୧୧୯ ଟଙ୍କାର ଇସୁ ମୂଲ୍ୟ ଠାରୁ ୨୧.୩୬ ପ୍ରତିଶତ ବଢ଼ି ୧,୩୫୮ ଟଙ୍କାରେ ଲିଷ୍ଟେଡ୍ କରାଯାଇଥିଲା। ହେଲେ ବିଏସ୍ଇରେ ଏହା ୨୬.୬୬ ପ୍ରତିଶତ ଚଢ଼ି ୧,୪୧୭.୩୫ ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ଏନଏସଇରେ ଶେୟାର ୨୬.୬୭ ପ୍ରତିଶତ ବୃଦ୍ଧି ସହ ୧,୪୧୭.୫୦ ଟଙ୍କାରେ ବନ୍ଦ ହୋଇଥିଲା।

ଜିଓ ପ୍ଲାଟଫର୍ମ୍ସ ମାର୍କେଟ କ୍ୟାପିଟାଲାଇଜେସନ ହିସାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପରେ ଦ୍ୱିତୀୟ ସବୁଠାରୁ ମୂଲ୍ୟବାନ ଲିଷ୍ଟେଟ୍ କମ୍ପାନୀ ହୋଇଛି। ଜିଓ ପ୍ଲାଟଫର୍ମର ୩୦,୨୧୩ କୋଟି ଟଙ୍କାର ପ୍ରାରମ୍ଭିକ ଆଇପିଓରେ ୨୨.୧୯ ଗୁଣ ଅଧିକ ସବସ୍କ୍ରାଇବ ହୋଇଛି। ପବ୍ଲିକ୍ ଅଫରିଂ ଏବଂ ଆଙ୍କର୍ ନିବେଶକଙ୍କୁ(ସଂସ୍ଥାଗତ ନିବେଶ) ଆବଣ୍ଟନ ସମେତ ମୋଟ ଚାହିଦା ₹୭.୪ ଲକ୍ଷ କୋଟି ଅତିକ୍ରମ କରିଛି। ଏହି ଇସ୍ୟୁ ପାଇଁ ପ୍ରାୟ ୧୩.୯ କୋଟି ଆବେଦନ କରାଯାଇଥିଲା। ଫଳରେ ଜିଓ ପ୍ଲାଟଫର୍ମ୍ସ ଏପର୍ଯ୍ୟନ୍ତ ଭାରତର ସର୍ବବୃହତ IPO ହେବାର ଗୌରବ ହାସଲ କରିଥିଲା