ଭୁବନେଶ୍ବର ୨୧।୮: ଭୁବନେଶ୍ୱର ଓୟୁଏଟିରେ ଅଘଟଣ । ଓୟୁଏଟି ମହାବିଦ୍ୟାଳୟର ନିର୍ମାଣାଧୀନ ଗେଟ୍ର ଭୁଶୁଡ଼ିଲା ଛାତ । ଆଜି ଛାତ ଢଳେଇ ପଡୁଥିବା ବେଳେ ଘଟିଛି ଅଘଟଣ ।

ଭୁଶୁଡ଼ିଥିବା ଗେଟ୍ ତଳେ କିଛି ଶ୍ରମିକ ଥିବା ବେଳେ ଛାତଟି ଖସି ପଡ଼ିଥିଲା । ତେବେ ସଠିକ୍ ଭାବରେ ସେଣ୍ଟରିଂ ହୋଇନଥିବାରୁ ଛାତ ଖସି ପଡିଥିବା ଶ୍ରମିକ ମାନେ କହିଛନ୍ତି । ଆହତ ଶ୍ରମିକ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ କୃଷି ମହାବିଦ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।