ଗଜପତି ୨୯।୧୦ : ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବେହାଲ ଗଜପତି ଜିଲ୍ଲା। ମହେନ୍ଦ୍ରତନୟା ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ଚିନ୍ତା ବଢ଼ିଛି। ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଏଭଳି ସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ଚିନ୍ତିତ ଥିବା ବେଳେ, ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସରକାରୀ ଅଧିକାରୀ।

ସେପଟେ ଅର୍ଣ୍ଣବ ପ୍ରକୋପରେ ରାସ୍ତା ଘାଟରେ ପଡ଼ିଛି ବିରାଟ ବିରାଟ ଗଡ଼ । କେଉଁଠି ରାସ୍ତାରେ ଗଛ ପଡି ରାସ୍ତା ଜାମ୍ ହୋଇଛି, ତ ଆଉ କେଉଁଠି ଯିବାଆସିବାରେ ଅସୁବିଧାରେ ହେଉଛି । ଗଜପତି ଜିଲ୍ଲାରେ ମଧ୍ୟ ପଡ଼ିଛି ପ୍ରଭାବ। ଗଙ୍ଗାବାଡ଼ ଠାରୁ କାଇଁପୁର ରାସ୍ତାରେ ଚିତ୍ରାଙ୍ଗ ନିକଟରେ ପାହାଡ଼ରୁ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି। ଏପରିକି ଆମ୍ବୁଲାନ୍ସ ଯାଇପାରିଲା ନାହିଁ ଫେରିଆସିଲା।

Also Read:-ସୁଙ୍କି ଘାଟିରେ ଭୂସ୍ଖଳନ, ଗଜପତିରେ ରାସ୍ତା ଅବରୋଧ ; ଆମ୍ବୁଲାନ୍ସକୁ ବି ମିଳିଲାନି ରାସ୍ତା

ବାତ୍ୟା ଅର୍ଣ୍ଣବ ପ୍ରଭାବ ପଟ୍ଟାଙ୍ଗି ବ୍ଲକରେ ବିଶେଷ ଭାବେ ଅନୁଭୂତ ହୋଇଛି। ଏବେ ସେଠାରେ ପ୍ରବଳ ବର୍ଷା ସହ ପବନ ହୋଇଛି। ଓଡ଼ିଶା ସୀମାନ୍ତ ସୁଙ୍କି ୨୬ ନଂ ଜାତୀୟ ଘାଟି ଉପରେ ମାଟି ଅତଡ଼ା ଖସିଛି। ମାଟି ଅତଡ଼ାକୁ ସ୍ଥାନୀୟ ପୋଲିସ ସଫା କରି ଯାତାୟତ ସ୍ୱାଭାବିକ କରିଥିବା ଜଣାପଡିଛି। ସେହିଭଳି ସୁଙ୍କି ଗ୍ରାମ ପଞ୍ଚାୟତ କୋପମାମାଡି ଗ୍ରାମ ନିକଟ ରେ,ଚିକଲାମାରି ଗ୍ରାମ ନିକଟ ରେ ମାଟି ଅତଡ଼ା ଖସିଥିବା ନେଇ ସୂଚନା ମିଳିଛି।

Watch Video:-