ଖଲ୍ଲିକୋଟ ୨୯।୧୦ : ଅର୍ଣ୍ଣବ ଦେଖାଇଛି ପ୍ରକୋପ । ରାସ୍ତା ଘାଟରେ ପଡ଼ିଛି ବିରାଟ ବିରାଟ ଗଡ଼ । କେଉଁଠି ରାସ୍ତାରେ ଗଛ ପଡି ରାସ୍ତା ଜାମ୍ ହୋଇଛି, ତ ଆଉ କେଉଁଠି ଯିବାଆସିବାରେ ଅସୁବିଧାରେ ହେଉଛି ।

ବାତ୍ୟା ଅର୍ଣ୍ଣବ ପ୍ରଭାବ ପଟ୍ଟାଙ୍ଗି ବ୍ଲକରେ ବିଶେଷ ଭାବେ ଅନୁଭୂତ ହୋଇଛି। ଏବେ ସେଠାରେ ପ୍ରବଳ ବର୍ଷା ସହ ପବନ ହୋଇଛି। ଓଡ଼ିଶା ସୀମାନ୍ତ ସୁଙ୍କି ୨୬ ନଂ ଜାତୀୟ ଘାଟି ଉପରେ ମାଟି ଅତଡ଼ା ଖସିଛି। ମାଟି ଅତଡ଼ାକୁ ସ୍ଥାନୀୟ ପୋଲିସ ସଫା କରି ଯାତାୟତ ସ୍ୱାଭାବିକ କରିଥିବା ଜଣାପଡିଛି।

Also Read:-ଦିଗପହଣ୍ଡିରେ ଜଳପ୍ରଳୟ! ଘରେ ବନ୍ୟାଜଳ, ବ୍ରିଜ୍ ଉପରେ ୪ ଫୁଟ୍ ପାଣି

ସେହିଭଳି ସୁଙ୍କି ଗ୍ରାମ ପଞ୍ଚାୟତ କୋପମାମାଡି ଗ୍ରାମ ନିକଟ ରେ,ଚିକଲାମାରି ଗ୍ରାମ ନିକଟ ରେ ମାଟି ଅତଡ଼ା ଖସିଥିବା ନେଇ ସୂଚନା ମିଳିଛି। ସେପଟେ ଗଜପତି ଜିଲ୍ଲାରେ ମଧ୍ୟ ପଡ଼ିଛି ପ୍ରଭାବ। ଗଙ୍ଗାବାଡ଼ ଠାରୁ କାଇଁପୁର ରାସ୍ତାରେ ଚିତ୍ରାଙ୍ଗ ନିକଟରେ ପାହାଡ଼ରୁ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି। ଏପରିକି ଆମ୍ବୁଲାନ୍ସ ଯାଇପାରିଲା ନାହିଁ ଫେରିଆସିଲା।

Watch Video:-