ନୂଆଦିଲ୍ଲୀ, ୨୯/୧୦ : ଆମେରିକୀୟ ଅଧିକାରୀଙ୍କ ଡାଟା ଲିକ୍ । ଜଣେ କି ଦୁଇ ଜଣ ନୁହେଁ ୟୁଏସ୍ ହୋମଲ୍ୟାଣ୍ଡ୍ ସିକ୍ୟୁରିଟି ଡିପାର୍ଟମେଣ୍ଟରେ କାମ କରୁଥିବା ୪୧ ହଜାର ଜଣ ଅଧିକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏପରି ଘଟଣା ଘଟିଛି ।

ଗତ ମାସରେ ଏଫବିଆଇର ତଥ୍ୟ ଲିକ୍ ହୋଇଥିଲା । ସାଇନି ହଣ୍ଟର ନାମକ ଏକ ଗ୍ରୁପ୍ ଡାଟା ଲିକ୍ କରିଥିବା ଦାବି କରିଥିଲା । ହଜାର ହଜାର ଏଜେଣ୍ଟଙ୍କ ପର୍ସନାଲ ତଥ୍ୟ ଚୋରି ହୋଇ ଯାଇଥିଲା । ସେହିପରି କିଛି ଦିନ ତଳେ ଆମେରିକାର ଫେଡେରାଲ ଇଲେକ୍ସନ କମିଶନଙ୍କ ତଥ୍ୟ ମଧ୍ୟ ପବ୍କିଲ୍ ଡୋମେନରେ ଲିକ୍ ଭୟରେ ଅଫଲାଇନରେ ଟ୍ରାନ୍ସଫର୍ କରାଯାଇଥିଲା ।

Also Read :-ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଡିଏଚଏସ୍ ମୁଖପାତ୍ରଙ୍କ କହିବାନୁସାରେ, ଯାନ୍ତ୍ରୀକ ତ୍ରୁଟି କାରଣରୁ ଏତେ ସଂଖ୍ୟକ ଡାଟା ଲିକ୍ ହୋଇଛି । ଏହା ଉପରେ କାମ ଚାଲିଛି । ଏହାକୁ ଗୁରୁତର ସହ ଅନୁଷ୍ଠାନ ନେଇଛି । କିପରି ଭବିଷ୍ୟତରେ ସମସ୍ତ ଡାଟାକୁ ସୁରକ୍ଷିତ ରଖାଯିବ ସେନେଇ ପଦକ୍ଷେପ ନିଆଯିବ ।

ରିପୋର୍ଟ ଅନୁସାରେ, ଆମେରିକୀୟ ଅଧିକାରୀଙ୍କ ନାଁ, କାମ, ଠିକଣା ଏବଂ ଫୋନ୍ ନମ୍ବର ଲିକ୍ ହୋଇଛି । ଯେଉଁ ଅଧିକାରୀମାନେ ବିଦେଶରେ କାମ କରୁଛନ୍ତି ସେମାନଙ୍କ ଡାଟା ବି ଚୋରି ହୋଇଛି । ଏପରିକି ଆଇସିଇର କିଛି ବଡ ଏଜେଣ୍ଟଙ୍କ ତଥ୍ୟ ଲିକ୍ ହୋଇଛି । ଯେଉଁମାନେ ଅନେକ ଗୁଳିକାଣ୍ଡରେ ସଂପୃକ୍ତ ରହିଛନ୍ତି । ବର୍ଡର୍ ପ୍ରୋଟେକ୍ସନ ଏଜେଣ୍ଟଙ୍କ ଡାଟା ବି ହ୍ୟାକର ନେଇଯାଇଛନ୍ତି ।

ଲିକ୍ ହୋଇଥିବା ଡାଟା ଅନୁସାରେ, ୨୧ ହଜାରରୁ ଅଧିକ ଏଜେଣ୍ଟ୍ ସିବିପି ପାଇଁ କାମ କରୁଥିଲେ । ସେହିପରି ୬୬୦୦ ଜଣ ଆଇସିଇ ପାଇଁ କାମ କରୁଥିଲେ । ଖାଲି ଏଜେଣ୍ଟଙ୍କ ନାଁ ନୁହେଁ ପୂର୍ବରୁ ଅନେକ ଅଜ୍ଞାତ ଅପରେସନର ତଥ୍ୟ ମଧ୍ୟ ପବ୍ଲିକ୍ ହୋଇଛି । ଏହି ସବୁ ଅପରେସନରେ କେଉଁ ଏଜେଣ୍ଟ ମାନେ ସାମିଲ ଥିଲେ ସେନେଇ ମଧ୍ୟ ତଥ୍ୟ ଭାଇରାଲ ହୋଇଯାଇଛି ।

ଚାଟା ହ୍ୟାକ୍ କରିଥିବା ସଙ୍ଗଠନ ଡିପାର୍ଟମେଣ୍ଟ୍ ଅଫ୍ ପିସ୍ କହିଛି ଯେ, ସଂସ୍ଥାମାନେ ଲୁଚାଛପାରେ କିଛି ନକରି ଦାୟିତ୍ୱବାନ ହୁଅନ୍ତୁ । ସେମାନେ ଏକ ସିଙ୍ଗିଲ୍ ସାଇନ୍ ଇନ୍ କରି ସବୁ ତଥ୍ୟ ନେଇଯାଇଛନ୍ତି । ଏଥିପାଇଁ ଓକଟାନାମକ ଏକ ଅନଲାଇନ୍ ସିକ୍ୟୁରିଟି ଟୁଲକୁ ସେମାନେ ବ୍ୟବହାର କରିଥିବା ଡିଓପି ବା ଡିପାର୍ଟମେଣ୍ଟ୍ ଅଫ୍ ପିସ୍ କହିଛି ।