ନୂଆଦିଲ୍ଲୀ: ବିଶ୍ବାସ ରହିଛି ଯଦି ଘରେ ସବୁକିଛି ବାସ୍ତୁ ନିୟମ ଅନୁସାରେ ରଖାଯାଏ, ତେବେ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ। ମାନ୍ୟତା ରହିଛି ଯେ, କିଛି ଜରୁରୀ ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। କାରଣ ଏହାଦ୍ବାରା ଘର ଏବଂ ପରିବାରରେ ଖୁସି ଆସିଥାଏ। ବାସ୍ତୁକୁ ଠିକ୍ ରଖିବା ପାଇଁ ଅନେକ ଲୋକ ଘରେ ପ୍ରତିଟି ଜିନିଷକୁ ନିୟମ ଅନୁସାରେ ରଖିଥାନ୍ତି। ସେହିଭଳି ଅନେକ ଲୋକ ନିଜ ଘରେ ଦେବୀ- ଦେବତାଙ୍କ ଫଟୋ ମଧ୍ୟ ଲଗାଇଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ, ଏପରି କରିବା ବହୁତ ଶୁଭ ବୋଲି ବିବେଚନା କରାଯାଏ ।  ତେଣୁ ଯଦି ଆପଣ ବାସ୍ତୁ ନୀତି ଅନୁସରଣ କରି ଆପଣଙ୍କ ଘରେ ଦେବତାଙ୍କ ମୂର୍ତ୍ତି କିମ୍ବା ଚିତ୍ର ରଖନ୍ତି, ତା’ହେଲେ ଖୁବ୍‌ ଲାଭ ମିଳିବ।

ଏମିତିରେ ପ୍ରଶ୍ନ ହେଉଛି: ଆପଣ ଘରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି କିମ୍ବା ଚିତ୍ର ରଖିପାରିବେ କି?

ଘରେ ପଞ୍ଚମୁଖୀ ହନୁମାନଙ୍କୁ ରଖିବା ଶୁଭ ନା ଅଶୁଭ?

ବାସ୍ତୁ ଅନୁସାରେ, ଘରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ରଖିବା ଶୁଭ ବୋଲି ବିବେଚନା କରାଯାଏ । ବିଶ୍ବାସ ରହିଛି ଘରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତୀ କିମ୍ବା ଫଟୋ ରଖିବା ଦ୍ବାରା ସମସ୍ତ ନକାରାତ୍ମକ ଶକ୍ତି ହ୍ରାସ ପାଏ । ଏହା ଶକ୍ତି ଏବଂ ସୁରକ୍ଷାର ଭାବନା ମଧ୍ୟ ଆଣିଥାଏ। ତଥାପି, ଘରେ ପଞ୍ଚମୁଖୀ ହନୁମାନଙ୍କୁ ରଖିବା ସମୟରେ କିଛି ନିୟମ ପାଳନ କରିବାକୁ ପଡ଼ିବ।

ପଞ୍ଚମୁଖୀ ହନୁମାନଙ୍କ ଫଟୋ ଏହି ଦିଗରେ ରଖନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ଦକ୍ଷିଣ-ପଶ୍ଚିମ କୋଣକୁ ଭଗବାନ ହନୁମାନଙ୍କ ପଞ୍ଚମୁଖୀ ପ୍ରତିମା ରଖିବା ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ବୋଲି ବିବେଚନା କରାଯାଏ। ଏହି କୋଣ ସମୃଦ୍ଧି ସହିତ ଜଡ଼ିତ। ତେଣୁ, ଏହି ଦିଗରେ ଭଗବାନ ହନୁମାନଙ୍କ ପଞ୍ଚମୁଖୀ ଅବତାରର ଏକ ଚିତ୍ର କିମ୍ବା ମୂର୍ତ୍ତି ରଖିବା ଉପଯୁକ୍ତ । ଏହି ଦିଗରେ ହନୁମାନଙ୍କ ଚିତ୍ର ରଖିବା ଦ୍ବାରା ଘରେ ବାସ୍ତୁ ଦୋଷ ଦୂର ହୁଏ ଏବଂ ସକାରାତ୍ମକ ଶକ୍ତି ପ୍ରବାହରେ ମଧ୍ଯ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ ।

ଏହି କଥା ଉପରେ ଧ୍ୟାନ ରଖନ୍ତୁ

ଘରେ ପଞ୍ଚମୁଖୀ ହନୁମାନ ମୂର୍ତ୍ତି ରଖିବା ସମୟରେ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ମୂର୍ତ୍ତିକୁ ସର୍ବଦା ପରିଷ୍କାର ସ୍ଥାନରେ ରଖନ୍ତୁ। ଏହାକୁ ପୂଜା ଘରେ ରଖିବା ଭଲ ହେବ। ଘର ବାହାରେ ବା ଘରର ପ୍ରବେଶ ପଥରେ ରଖିବା ମଧ୍ଯ ଭଲ ହୋଇଥାଏ। ଏପରି କରିବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ଆସିଥାଏ ବୋଲି ବିଶ୍ବାସ କରାଯାଏ। ମନେରଖନ୍ତୁ ଯେ, ପଞ୍ଚମୁଖୀ ହନୁମାନ ମୂର୍ତ୍ତୀ ଶୟନ କକ୍ଷ କିମ୍ବା ରୋଷେଇ ଘରେ ରଖିବା ଉଚିତ୍ ନୁହେଁ । ଏହି କଥାଗୁଡ଼ିକୁ ମନେ ରଖ୍ ଘରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି କିମ୍ବା ଚିତ୍ର ରଖାଯାଇପାରିବ I

ବି.ଦ୍ର: ଏହି ଲେଖାରେ ଦିଆଯାଇଥିବା ତଥ୍ୟର ସଂପୂର୍ଣ୍ଣ ସତ୍ୟତା ଉପରେ ନ୍ୟୁଜ ସେଭେନ କୌଣସି ଦାବି କରୁନାହିଁ। ବିସ୍ତୃତ ଏବଂ ଅଧିକ ସୂଚନା ପାଇଁ ବାସ୍ତୁ ଶାସ୍ତ୍ର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।