କଟକ ୧୬।୪: ଓଡ଼ିଶା ଜନତା କଂଗ୍ରେସ ସମାବେଶରେ ଯୋଗଦେବା ଲାଗି ନିମନ୍ତ୍ରଣ ମିଳିଥିଲା, ତେଣୁ ସମାବେଶରେ ଯୋଗଦେଲି । ଏଭଳି କହିଛନ୍ତି କଂଗ୍ରେସ ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଯେହେତୁ ବାପାଙ୍କ ନୂଆ କାର୍ଯ୍ୟକ୍ରମ ତେଣୁ ସେ ଯାଇଥିଲେ । ସେ ଏବେ ବି କଂଗ୍ରେସରେ ନିଲମ୍ବିତ ସଦସ୍ୟ ଅଛନ୍ତି । ଯେହେତୁ ପୂର୍ବରୁ ଦଳ ନିଲମ୍ବନ କରିଛି, ତେଣୁ ସେ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । କିନ୍ତୁ ସେ ଦଳର ଅଛନ୍ତି ବୋଲି କହିଛନ୍ତି । ଭୁବନେଶ୍ୱରରେ ବିଶାଳ ସମାବେଶର ଆୟୋଜନ କରିଥିଲା ଓଡ଼ିଶା ଜନତା କଂଗ୍ରେସ । ଯେଉଁଥିରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଯୋଗଦେବା ପରେ କଂଗ୍ରେସ ତରଫରୁ ପ୍ରେସ୍ ବିବୃତି ଜାରି ହୋଇଛି । ଯାହାର ସାରାଂଶ ହେଲା, ଏଣିକି ସୋଫିଆଙ୍କୁ ବହିଷ୍କାର କରିବାରେ ସମସ୍ୟା ନାହିଁ ।

ରାଜ୍ୟରେ ମୁଣ୍ଡ ଟେକିଲା ଆଉ ଏକ ଆଞ୍ଚଳିକ ଦଳ ।  ଓଡ଼ିଶା ଜନତା କଂଗ୍ରେସର ଲୋକାର୍ପଣ କଲେ ମହମ୍ମଦ ମୋକିମ୍ ।  ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ କଲେ ବିଶାଳ କାର୍ଯ୍ୟକ୍ରମ । ୩୦ ଜିଲ୍ଲାରୁ ସମର୍ଥକଙ୍କୁ କଲେ ସାମିଲ । ଆଉ ମଞ୍ଚରୁ କଲେ ଟାର୍ଗେଟ୍ ।  ସରକାର ଏବଂ ବିରୋଧୀଙ୍କୁ ଆକ୍ଷେପ କଲେ । ବିଗତ ସରକାରରେ ବାହାର ରାଜ୍ୟର ପୁଞ୍ଜିପତି ଓଡ଼ିଶାକୁ ଶୋଷଣ କରୁଥିଲେ, ଏବେ ବି କରୁଛନ୍ତି ।  ସେ ସରକାର ଏବଂ ବର୍ତ୍ତମାନ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଆଉ ବିଜେଡିର B ଟିମ୍ ଭାବେ କାମ କରୁଛି କଂଗ୍ରେସ । ନୂଆ ଓଡ଼ିଶା ଗଠନ ହେବ, ଯୁବପୀଢ଼ି ନେବେ ନେତୃତ୍ବ । ଓଡିଶା ଜନତା କଂଗ୍ରସରେ ସବୁ ଧର୍ମକୁ ଗୁରୁତ୍ବ ମିଳିବ ବୋଲି କହିଥିଲେ ମୋକିମ୍ ।

Also Read:- Office timing issue in GOP block: ସକାଳୁଆ ଅଫିସ୍ କିନ୍ତୁ ବିଳମ୍ବରେ ଆସୁଛନ୍ତି ବାବୁ-ବାବୁଆଣୀ, ସମସ୍ୟାରେ ସାଧାରଣ ଲୋକ

ମୋକିମ୍‌ଙ୍କ ନୂଆ ଦଳ ଗଠନ ସଭାରେ ଏକମାତ୍ର ବିଧାୟକ ଭାବେ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ଦେଖିବାକୁ ମିଳିଥିଲା । ମୋକିମ୍ ବି ସୋଫିଆଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ । ଆଉ ସୋଫିଆ, ମଞ୍ଚତଳେ ବସିଥିବା ବେଳେ ଉପରକୁ ଯାଇ ଦୁଇପଦ ସମ୍ବୋଧନ ମଧ୍ୟ କରିଥିଲେ । ବାପା ନୂଆ ଦଳ ଗଠନ କରୁଛନ୍ତି, ଝିଅ ହିସାବରେ ଆସିବାରେ ଅସୁବିଧା କାହିଁକି ହେବ ବୋଲି ସେ ପ୍ରଶ୍ନ କରିଥିଲେ । ସମୟ ଆସିଲେ ଭବିଷ୍ୟତ ନିଷ୍ପତ୍ତି ନେବି ବୋଲି କହିଥିଲେ ସୋଫିଆ ।

ସେପଟେ ମହମ୍ମଦ ମୋକିମ୍ କହିଛନ୍ତି, ଦଳର ଲୋକାର୍ପଣ ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲୁ । ପ୍ରାୟ ସମସ୍ତେ ଆସିଥିଲେ । ବାକି ରହିଲା କଂଗ୍ରେସ କଥା, ଏହା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର । ଯାହା ଉପରେ ମୁଁ କିଛି ମନ୍ତବ୍ୟ ଦେବାକୁ ଉଚିତ ମନେ କରୁନାହିଁ।

ତେବେ ଏ ସମସ୍ତ ପ୍ରସଙ୍ଗରେ କ’ଣ କହୁଛନ୍ତି ସୋଫିଆ ଶୁଣନ୍ତୁ...​​​​​​​