ମୁମ୍ବାଇ ୩୧। ୦୭ : ରିଲିଜ୍ ହୋଇଛି ଫିଲ୍ମ 'ରାମାୟଣ'ର ଟ୍ରେଲର । ଯାହା ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି। ଟ୍ରେଲରରେ ରକୁଲ ପ୍ରୀତଙ୍କୁ ଶୂର୍ପଣଖା ଭୂମିକାରେ ଦେଖିବାକୁ ମିଳିଛି । ସେ ତାଙ୍କ ଚରିତ୍ରରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି ସୀତାଙ୍କ ଭୂମିକା ଅପେକ୍ଷା ଅଧିକ ଚର୍ଚ୍ଚାରେ ଅଛନ୍ତି ରକୁଲ ପ୍ରୀତ ସିଂ ।

'ରାମାୟଣ' ଟ୍ରେଲରରେ ରଣବୀର କପୁରଙ୍କୁ ଭଗବାନ ରାମ, ୟଶଙ୍କୁ ରାବଣ ଏବଂ ସାଇ ପଲ୍ଲବୀଙ୍କୁ ସୀତା ଭୂମିକାର ଦେଖିବାକୁ ମିଳିଛି । କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚା ରକୁଲ୍‌ଙ୍କୁ ନେଇ ହେଉଛି । ଟ୍ରେଲରରେ ତାଙ୍କର ସ୍କ୍ରିନ୍ ଟାଇମ୍ ବହୁତ କମ୍, କିନ୍ତୁ ଶୂର୍ପଣଖା ଭାବରେ ତାଙ୍କର ଲୁକ୍ ସୋସିଆଲ ମିଡିଆରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ରକୁଲଙ୍କୁ ଶୂର୍ପଣଖା ଭୂମିକାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଚିତ୍ରଣ କରାଯାଇଛି । ତାଙ୍କର ମେକଅପ୍, ପୋଷାକ ଏବଂ ଫେସିଆଲ୍ ଏକ୍ସପ୍ରେସନକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି । ଏହି କାରଣରୁ ଟ୍ରେଲର ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କ ଲୁକ୍ ବିଷୟରେ ଆଲୋଚନା ଜୋର ଧରିଛି ।

ପ୍ରକୃତରେ, ରକୁଲ ଗ୍ଲାମରିୟସ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଚରିତ୍ର ବାଛିଛନ୍ତି । ଯେଉଁଥିରେ ସେ ଏକଦମ୍ ଫିଟ୍ ହୋଇ ଯାଇଛନ୍ତି । ତାଙ୍କ ଏକ୍ସପ୍ରେସନ୍ ଓ ଆଗ୍ରେସନ୍ ସବୁ ଫ୍ରେମରେ କମାଲ୍ ଦେଖା ଯାଉଛି । ଟ୍ରେଲରରେ ତାଙ୍କର ଏକ ଛୋଟ ଝଲକ୍ ହିଁ ପ୍ରଶଂସକମାନଙ୍କୁ ପାଗଳ କରିଛି । ସାଇ ପଲ୍ଲବୀଙ୍କ ସୀତା ଚରିତ୍ରକୁ ମଧ୍ୟ ପସନ୍ଦ କରିଛନ୍ତି ଦର୍ଶକ । ତଥାପି, ଟ୍ରେଲରରେ ତାଙ୍କ ଚରିତ୍ରକୁ ମଧ୍ୟ କମ୍ ଦର୍ଶାଯାଇଛି । ସାଇଙ୍କ ସରଳତାକୁ ଦେଖି ଲୋକମାନେ ତାଙ୍କୁ ମାତା ସୀତା ଭାବରେ ଗ୍ରହଣ କରିଛନ୍ତି ।

କିନ୍ତୁ ରକୁଲଙ୍କ ଗ୍ଲାମରିୟସ୍ ଶୂର୍ପନଖା ଅନ୍ଦାଜ୍ ଲୋକଙ୍କୁ ଅଧିକ ଆକର୍ଷଣ କରିଛି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ'କୁ ଭାରତୀୟ ସିନେମାର ସବୁଠାରୁ ବଡ଼ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଟ୍ରେଲରଟି ଏକ ଜବରଦସ୍ତ ରେସପନ୍ସ ପାଇଛି ଏବଂ ଦର୍ଶକମାନେ ଦୀପାବଳିରେ ଫିଲ୍ମଟି ରିଲିଜ୍ ହେବା ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।