କୋରାପୁଟ: କୋରାପୁଟର ସୁନାବେଡ଼ାରେ ପହଞ୍ଚିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଜନାଥ। ସୁନାବେଡ଼ା ହାଲ୍ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ପହଞ୍ଚିଲେ ରାଜନାଥ। ଏହି ଗସ୍ତରେ ସେ ଶକ୍ତି ଇଞ୍ଜିନ ନିର୍ମାଣ ୟୁନିଟର ଶିଳାନ୍ୟାସ୍ କରିବେ।

ଗସ୍ତ ସମୟରେ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା HALର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ। ହାଲ୍ ସୁନାବେଡ଼ା ୟୁନିଟ୍ରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ। ଏହାସହ HALର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଅଧିକାରୀଙ୍କ ସହ ଆଲୋଚନା କରିବାର ସୂଚନା ରହିଛି ।

Also  Read: ରେକର୍ଡ ଭାଙ୍ଗିଲା ଶରତ, ଦିନରେ ଖରାଦିନ ଭଳି ଗରମ, ରାତିରେ ଦେହରୁ ବାହାରୁଛି ଝାଳ

ସୁନାବେଡ଼ାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ରାଜନାଥ ସିଂ । ପ୍ରତିରକ୍ଷା ଉତ୍ପାଦନ ଏବଂ ହାଲର କାର୍ଯ୍ୟକଳାପ ନେଇ ମନ୍ତ୍ରୀଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ କୋରାପୁଟ ଓ ସୁନାବେଡ଼ାରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଅପରାହ୍ନରେ ରାୟପୁର ଦେଇ ରାଜନାଥ ସିଂ ଦିଲ୍ଲୀ ଫେରିଯିବାର ସୂଚନା ରହିଛି।