ବ୍ରହ୍ମପୁର ୨୧।୧୧: ଗଞ୍ଜାମରେ ଚାଞ୍ଚଲ୍ୟ । କ୍ବାର୍ଟର୍ସରୁ ମିଳିଲା ମହିଳା ASIଙ୍କ ଝୁଲନ୍ତା ମୃତଦେହ । ପୁରୁଷୋତ୍ତମପୁର ଥାନା ASI ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମହିଳା ASI ଆତ୍ମହତ୍ୟା କରିଥିବା ସନ୍ଦେହ । ଘଟଣାସ୍ଥଳରେ ଗଞ୍ଜାମ SP ହରିଶ ବିଶିଙ୍କ ତଦନ୍ତ । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ମହିଳା ପୋଲିସ ଅଧିକାରୀଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ହେବା ପରେ ପୋଲିସ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ମୃତ ମହିଳା ଏଏସ୍ଆଇ ହେଉଛନ୍ତି ପ୍ରଭାସିନୀ ସାହୁ । ସେ ପୁରୁଷୋତ୍ତମପୁର ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ । କ୍ୱାର୍ଟର୍ସରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବ ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Also Read:-ମଦ ପିଇବା ପରେ ସ୍ଥିତି ଅସମ୍ଭାଳ ! ୧୫ ଜଣଙ୍କ ମୃତ୍ୟୁ, ୧୮୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ଘଟଣା ସମ୍ପର୍କରେ ଖବର ପାଇ ଗଞ୍ଜାମ ଏସ୍ପି ହରିଶ ବିଶି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । ତଦନ୍ତ ପରେ ହିଁ ମୃତ୍ୟିର ପ୍ରକୃତ କାରଣ ସାମ୍ନାକୁ ଆସିବ । ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।