ମୁମ୍ବାଇ: ସାରା ବିଶ୍ୱରେ ଚହଳ ପକାଇଥିବା ନୀତେଶ ତିୱାରୀଙ୍କ ରାମାୟଣ ବୁଲେଟ ଟ୍ରେନ ଗତିରେ ସିନେମା ହଲ ପରଦାକୁ ଚିରି ବକ୍ସ ଅଫିସରେ ଯେଉଁ କମାଲ କରିଛି, ତାହା ବୋଧହୁଏ ବହୁତ କମ ସିନେମା କରିଥିବେ। ରାମାୟଣର କ୍ରେଜ୍ କେବଳ ଭାରତର ନୁହେଁ, ଆମେରିକାର ବି ରହିଛି। ମାତ୍ର ୧୪ ଦିନରେ ସିନେମାଟି ୧୫୧୯.୦୫ କୋଟିର ବ୍ୟବସାୟ କରିଛି।

ରଣବୀର କପୁର, ସାଇ ପଲ୍ଲବୀ ଓ ୟସଙ୍କ ଅଭିନୀତି ରାମାୟଣର ଭାରତରେ ମୋଟ ଆୟ ୧୦୦୦ କୋଟି ଅତିକ୍ରମ କରିଥିବା ବେଳେ ବିଦେଶରୁ ଆସିଛି ୫୦୦ କୋଟି। ଷଷ୍ଠ ଭାରତୀୟ ସିନେମା ଭାବେ ରାମାୟଣ ଏହି ରେକର୍ଡ କରିଛି। ଦକ୍ଷିଣ ଭାରତର ୪ ଟିଯାକ ବକ୍ସ ଅଫିସରେ ସଫଳ ହେବା ଠାରୁ ଆରମ୍ଭ କରି IMAX ଏବଂ ଉତ୍ତର ଆମେରିକାରେ ନୂଆ ମାନଦଣ୍ଡ ସ୍ଥାପନ ପର୍ଯ୍ୟନ୍ତ, ଏହି ଚଳଚ୍ଚିତ୍ରଟି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାମାୟଣ ୩ ପ୍ରମୁଖ ରେକର୍ଡ।

୧. ପ୍ରଥମ ଭାରତୀୟ ସିନେମା ଭାବେ ଦ୍ରୁତ ଗତିରେ ୧୫୦୦ କୋଟି ଆୟ

ରାମାୟଣକୁ ୧୫୦୦ କୋଟି ଆୟ କରିବାକୁ ମାତ୍ର ୧୪ ଦିନ ଲାଗିଛି। ଏହା ପୂର୍ବରୁ କୌଣସି ସିନେମା ଏତେ ଶୀଘ୍ର ଏତିକି ଆୟ କରିପାରି ନାହାନ୍ତି। ଧୁରନ୍ଧର-୨କୁ ଏତିକି ଆୟ କରିବାକୁ ୧୬ ଦିନ ଲାଗିଥିଲା। ସେହିପରି ପୁଷ୍ପା-୨ ସିନେମା ୧୭ ଦିନ, ବାହୁବଳି-୨ ସିନେମା ୨୦ ଦିନ ଏବଂ ସବୁଠାରୁ ସୁପର ହିଟ କୁହାଯାଉଥିବା ଦଙ୍ଗଲ ୩୦ ଦିନରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।

୨. କେବଳ ଭାରତୀୟ ସିନେମା ହଲରେ ୧୦୦୦ କୋଟି ଅତିକ୍ରମ

କୌଣସି ସିନେମା ବିଶ୍ୱବ୍ୟାପୀ ୧୦୦୦ କୋଟି ଅତିକ୍ରମ କରିବା ମଧ୍ୟ ଏକ ବଡ଼ ସଫଳତା। ହେଲେ କେବଳ ଭାରତୀୟ ସିନେମା ହଲ୍ରେ ୧୦୦୦ କୋଟି ଅତିକ୍ରମ କରିବା ନିହାତିପକ୍ଷେ ଏକ ବିରଳ ରେକର୍ଡ। ରାମାୟଣ ଷଷ୍ଠ ଭାରତୀୟ ସିନେମା ଭାବେ ଘରୋଇ ମାର୍କେଟ୍ରେ ୧୦୦୦ କୋଟି ଅତିକ୍ରମ କରିଛି। ଏହା ପୂର୍ବରୁ ବାହୁବଳି-୨, କେଜିଏଫ୍ ଚ୍ୟାପ୍ଟର-୨, ଧୁରନ୍ଧର ଏବଂ ଧୁରନ୍ଧର-୨ ଏହି ସଫଳତା ପାଇସାରିଛନ୍ତି।

Also read- Sharad Kapoor: ଘର ବିକ୍ରି କରିବେ ବଲିଉଡ୍ ଅଭିନେତା ଶରଦ କପୁର ? ପରିସ୍ଥିତକୁ ନେଇ ନିଜେ କଲେ ଖୁଲାସା...

୩. ବିଶ୍ୱସ୍ତରରେ ସର୍ବାଧିକ ଆୟ କରିଥିବା ୫ ଚଳଚ୍ଚିତ୍ର ମଧ୍ୟରେ ସାମିଲ ହେଲା ରାମାୟଣ

୧୫୧୯.୦୫ କୋଟିର ବକ୍ସ ଅଫିସ କଲେକ୍ସନ ପରେ ରାମାୟଣ ବିଶ୍ୱସ୍ତରରେ ସର୍ବାଧିକ ଆୟ କରିଥିବା ଶୀର୍ଷ ୫ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। 'ଦଙ୍ଗଲ' ଏବଂ 'ଧୁରନ୍ଧର ୨' ପରେ, ୧,୫୦୦ କୋଟି ଟଙ୍କାର ଆୟ ସୀମା ଅତିକ୍ରମ କରିବାରେ ଏହା ତୃତୀୟ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି। ଖୁବଶୀଘ୍ର ରାମାୟଣ 'ପୁଷ୍ପା ୨'ର ବିଶ୍ୱସ୍ତରୀୟ ୧,୭୪୨ କୋଟି ଟଙ୍କାର ଆୟକୁ ଅତିକ୍ରମ କରିବା।