ଆସ୍କା ୦୧।୦୬ : ଖାକିରେ ପୁଣି କଳଙ୍କ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଥାନାରେ ଅଟକ ରଖିଥିବା ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ଯୁବକ ହେଲେ ସୁବୁଳିଆ ଗାଁର ସୁଶାନ୍ତ ସାହୁ ବୋଲି ଜଣାପଡିଛି ।  

ଖବର ଅନୁଯାୟୀ,  ସୁଶାନ୍ତ ସାହୁ ସୁବୁଳିଆର ଏକ ପଥର ଖାଦାନରେ କାମ କରୁଥିଲେ l  ସେଠାରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା l ଗତ ୨୫  ତାରିଖ ଦିନ ଏହି ଘଟଣାରେ କବିସୂର୍ଯ୍ୟନଗର ପୋଲିସ ସୁଶାନ୍ତ ସହ ଅନ୍ୟ ଜଣକୁ ଉଠାଇ ଆଣିଥିଲେ l ହେଲେ ସୁଶାନ୍ତକୁ ଗତ ୨୫ ତାରିଖ ଠାରୁ ୩୧ ତାରିଖ ଯାଏଁ ଥାନାରେ ଅଟକ ରଖିଥିଲେ । ଏହି ସମୟରେ ତଦନ୍ତ ଆଳରେ ନିସ୍ତୁକ ମାଡ଼ ମାରିବା ସହ ଦେହରେ ଗରମ ପାଣି ଢାଳି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ରବିବାର ପୋଲିସ ସୁଶାନ୍ତକୁ ପରିବାର ଲୋକକୁ  ହସ୍ତାନ୍ତର କରିଥିଲେ ।  ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ  ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ଆଉ ଏବେ ନ୍ୟାୟ ଦାବିରେ ପରିବାର ଲୋକେ ଥାନା ଆଗରେ ଧାରଣାରେ ବସିଛନ୍ତି ।  

Also Read:-Karanjia tiger attack: ଜଙ୍ଗଲକୁ ଯାଇ ଫେରିନଥିଲେ, ସକାଳୁ ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି