PM Modi Diwali 2026 Wishes: ଦୀପାବଳିର ଶୁଭ କାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଦେଶବାସୀଙ୍କ ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସବୁ ବର୍ଷ ଭଳି ଏଥର ବି ସେନା ଯବାନଙ୍କ ସହିତ ସେ ଦୀପାବଳି ପାଳନ କରିବେ ବୋଲି ମୋଦୀ କହିଛନ୍ତି।

ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଶୁଭକାମନା ଜଣାଇ ମୋଦୀ କହିଛନ୍ତି "ଦୀପାବଳିର ପବିତ୍ର ଅବସରରେ,ପୂରା ଦେଶ ଆଲୋକମାଳାରେ ଝଲସୁଛି। ଆଲୋକର ଏହି ପର୍ବ ଅନ୍ଧାର ବିରୁଦ୍ଧରେ ଆମର ସଂକଳ୍ପର ପ୍ରମାଣ। ଆପଣମାନଙ୍କୁ ସମସ୍ତଙ୍କୁ ଦୀପାବଳି ମୋର ଅନେକ ଅନେକ ଶୁଭେଚ୍ଛା। "

Also Read- ଲୋକମାନେ ଅସ୍ଥିର ହୋଇପଡ଼ିଲେଣି... ଆତ୍ମଜୀବନୀ ଲଞ୍ଚ ପୂର୍ବରୁ ବିଜେପିକୁ ଟାର୍ଗେଟ କଲେ ସୋନିଆ ଗାନ୍ଧୀ

ଏହି ପର୍ବ ଏବଂ ଆପଣଙ୍କ ଆସନ୍ତା ସମୟଗୁଡ଼ିକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଦେଉ। ମୁଁ ବି ଆପଣଙ୍କ ପରି ବହୁତ ଉତ୍ସାହର ସହିତ ଦୀପାବଳି ପାଳନ କରେ। ଆପଣମାନେ ଜାଣନ୍ତି ଯେ ପ୍ରତିବର୍ଷ ଦେଶର ବୀର ଯବାନଙ୍କ ପାଖକୁ ଯିବା ମୋର ନିୟମିତ ଅଭ୍ୟାସ। ଏବର୍ଷ ଏହା ଜାରି ରହିବ। ଆପଣସମସ୍ତଙ୍କୁ ଦୀପାବଳି ପାଇଁ ମୋର ଅନେକ ଅନେକ ଶୁଭକାମନା।

ଉପରାଷ୍ଟ୍ରପତିଙ୍କୁ ଭେଟି ଦିପାବଳିର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ସେନା ଯବାନଙ୍କ ସହିତ ଦୀପାବଳି ପାଳନ କରିବା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତିଙ୍କୁ ଭେଟିବାର ଭିଡିଓକୁ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଯେଉଁଥିରେ ମୋଦୀ ଲେଖିଛନ୍ତି "ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଜୀଙ୍କ ସହ ସାକ୍ଷାତ କରି ଦୀପାବଳିର ଶୁଭେଚ୍ଛା ଜଣାଇଲି।"

ଧନତେରସର ଶୁଭକାମନା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏକ୍ସରେ ପୋଷ୍ଟ କରି ପିଏମ ଲେଖିଛନ୍ତି ଧନତେରସରେ ଦେଶବାସୀଙ୍କୁ ଢେର ସାରା ଶୁଭକାମନା ଓ ଖୁସି। ଭଗବାନ ଧନ୍ୱନ୍ତରୀଙ୍କ କୃପା ସବୁବେଳେ ସମସ୍ତଙ୍କ ଜୀବନ ଶୁଖ ଶାନ୍ତି ଓ ସୁସ୍ଥତାରେ ଭରି ଦେଉ।