ମୁମ୍ବାଇ : ରିଆଲିଟି ସୋ' ବିଗବସରେ ଘଟିଥିବା କିଛି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର । ଗତକିଛି ମାସ ତଳେ ସ୍କାଉଟ ଓ ଲବ ଗିଲଙ୍କ ଭାଇ-ଭଉଣୀ ସମ୍ପର୍କକୁ ନେଇ ବଡ ବିବାଦ ହୋଇଥିବାବେଳେ ଏବେ ଦୁହିଁଙ୍କ ମଧ୍ୟ ବଢୁଥିବା ଘନିଷ୍ଠତାକୁ ନେଇ ଚର୍ଚ୍ଚା ନୂଆ ମୋଡରେ । ଭାଇ-ଭଉଣୀଙ୍କ ନିକଟତାକୁ ନେଇ ପୁଣି ଥରେ ଉଠିଛି ବିବାଦ। ଏପରିକି ଏହି ଘଟଣା ଯୋଗୁଁ ସ୍କାଉଟଙ୍କ ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ଭାଙ୍ଗିଯାଇଥିବା ନେଇ ଚର୍ଚ୍ଚା ହେଉଛି । ଏକ ଭିଡିଓରେ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଘନିଷ୍ଠତା ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ସ୍କାଉଟଙ୍କ ଗର୍ଲଫ୍ରେଣ୍ଡ କାଶବୀ । ଏହା ପରେ ସେମାନଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଛି ନାନା ପ୍ରକାର ଆଲୋଚନା ।

କୁହାଯାଉଛି, ବିଗବସ ହାଉସରେ ସ୍କାଉଟ ଓ ତାଙ୍କ ଭଉଣୀ ଲବଙ୍କ ମଧ୍ୟରେ ଥିବା ନିକଟତାକୁ ନେଇ ଗର୍ଲଫ୍ରେଣ୍ଡଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାକୁ ନେଇ ମଝିରେ ସେ ବିଗବସକୁ ଆସିଥିଲେ ଏବଂ ଦୁହିଁଙ୍କୁ ଖୁବ ଭର୍ତ୍ସନା କରିଥିଲେ । କିନ୍ତୁ ତଥାପି ସେଥିରେ ସୁଧୁରି ନଥିଲେ ଦୁଇ ଭାଇ ଭଉଣୀ ବୋଲାଉଥିବା ସ୍କାଉଟ ଓ ଲବ । ଉଭୟଙ୍କ ମଧ୍ୟରେ ବଢୁଥିବା ନିକଟତା ଏବେ ବଡ଼ ବିବାଦର ରୂପ ନେଇସାରିଲାଣି । ଶେଷରେ ଏହାର ପରିଣତିରେ ୫ ବର୍ଷର ପ୍ରେମ ସମ୍ପର୍କ ଭାଙ୍ଗିଯାଇଥିବା ନେଇ ଦାବି କରାଯାଉଛି।

ସୂଚନା ଥାଉ କି, ବର୍ତ୍ତମାନ ବିଗବସରେ ଖେଳାଳିଙ୍କୁ ଦିଆଯାଇଥିବା ଏକ ଟାସ୍କରେ ଉଭୟଙ୍କୁ ପୁଣି ଥରେ ନିକଟତର ହେଉଥିବାର ଦେଖିବାକୁ ମିଳିଥିଲା । ଯାହାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଆଉ ଏହାକୁ ଦେଖିବା ପରେ ଅନେକ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କିଛି ଲେଖିଛନ୍ତି ଯେ ଏହା ସ୍କାଉଟଙ୍କ ପାଇଁ ଭାରି ପଡିବ ତ ଆଉ କିଏ କହୁଛି ଯେ ଦୁହେଁ TRP ପାଇଁ ଏଭଳି ଗେମ ଖେଳୁଛନ୍ତି | କିନ୍ତୁ ସେ ଯାହା ବି ହେଉନା କାହିଁ , ଏସବୁ ଦେଖିବା ପରେ ସ୍କାଉଟଙ୍କ ଗାର୍ଲଫ୍ରେଣ୍ଡ କାଶବିଙ୍କୁ ବହୁତ ଆଘାତ ଲାଗିଛି । ଯାହାକୁ ନେଇ ସେ ତାଙ୍କ ସମ୍ପର୍କ ସ୍କାଉଟଙ୍କ ସହ ଭାଙ୍ଗିବା ନେଇ ମଧ୍ୟ ଆଲୋଚନା ହେଉଛି । ତେବେ ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ? ସ୍କାଉଟ- ଲବଙ୍କ ମଧ୍ୟରେ ସମ୍ପର୍କ କେବଳ ଭାଇ-ଭଉଣୀର ନା ଏହା ପଛରେ ରହିଛି ଆଉ କିଛି କାରଣ? ଏସବୁକୁ ନେଇ ସୋସିଆଲ ମିଡିଆରେ ନାନା ଆଲୋଚନା ଚାଲିଛି। ତେବେ ଆଗାମୀ ଦିନରେ ବିଗବସର ନୂଆ ଏପିସୋଡରେ ତାହା ସ୍ପଷ୍ଟ ଜଣାପଡିବ ।