ନୂଆଦିଲ୍ଲୀ ୦୭।୧୧; ପୁଣି ଟାର୍ଗେଟ୍ରେ ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ । ତାଙ୍କ ମୁମ୍ବାଇସ୍ଥିତ ବାସଭବନ 'ଜଲସା'କୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେବଳ ଜଲସା ନୁହେଁ, ବମ୍ବେ ହାଇକୋର୍ଟ ଏବଂ ମହାଲକ୍ଷ୍ମୀ ରେସକୋର୍ସକୁ ମଧ୍ୟ ଏହି ଧମକପୂର୍ଣ୍ଣ ମେଲ୍ ପଠାଯାଇଛି ।

ଧମକ ମିଳିବା ପରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚ ସମୟରେ କୌଣସି ବୋମା କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନାହିଁ । ଧମକପୂର୍ଣ୍ଣ ଇ-ମେଲ୍ କେଉଁଠାରୁ ଆସିଛି, କିଏ ପଠାଇଛି ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଚଳାଇଛି ପୋଲିସ ।

ତେବେ ଅମିତାଭଙ୍କୁ ଏଭଳି ଧମକ ମିଳିବା ଏହା ପ୍ରଥମ ଘଟଣା ନୁହେଁ । ଗତ ଅକ୍ଟୋବର ୨୩ ତାରିଖରେ ମଧ୍ୟ ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା । ସେହି ମେଲ୍ରେ ମୁମ୍ବାଇ ମେୟର ଋତୁ ତାୱଡେ ଏବଂ ଡେପୁଟି ମେୟର ସଞ୍ଜୟ ଘାଡ଼ିଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଥିଲା । ଏପରିକି ଅକ୍ଟୋବର ୩୧ରେ ଏକ ସ୍କୁଲରେ ଗ୍ରେନେଡ୍ ଆକ୍ରମଣ କରିବାକୁ ଧମକ ଦିଆଯାଇଥିବା ବେଳେ ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଅମିତାଭଙ୍କ ଜୁହୁସ୍ଥିତ ବାସଭବନକୁ ଟାର୍ଗେଟ୍ କରାଯିବ ବୋଲି ଉଲ୍ଲେଖ ରହିଥିଲା । ଏହାସହ ନଭେମ୍ବର ୨୭ ତାରିଖରେ ମହାଲକ୍ଷ୍ମୀ ରେସକୋର୍ସରେ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟ ସମୟରେ ମଧ୍ୟ ଆକ୍ରମଣ ହୋଇପାରେ ବୋଲି ଧମକ ଦିଆଯାଇଥିଲା । ଲଗାତାର ଏଭଳି ଧମକ ମିଳିବା ପରେ ଅମିତାଭଙ୍କ ସୁରକ୍ଷାକୁ ନେଇ ବଢ଼ିଥିଲା ଚିନ୍ତା।

ପ୍ରତି ରବିବାର ନିଜ ବାସଭବନ 'ଜଲସା' ବାହାରେ ପ୍ରଶଂସକଙ୍କୁ ଭେଟିଥାନ୍ତି ବିଗ୍ ବି' । ତାଙ୍କର ଏହି ଝଲକ ପାଇବାକୁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ହଜାର ହଜାର ପ୍ରଶଂସକ । କିନ୍ତୁ ପୂର୍ବରୁ ମିଳିଥିବା ଧମକ ପରେ ସେ ବୁଲେଟ୍ପ୍ରୁଫ୍ କାଚ ଭିତରେ ରହି ପ୍ରଶଂସକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଏହି ସମୟରେ ପୁଅ ଅଭିଷେକ ବଚ୍ଚନ ଏବଂ ସୁରକ୍ଷାକର୍ମୀ ମଧ୍ୟ ଉପସ୍ଥିତ ଥିଲେ । ବଲିଉଡ୍ର ଏହି ମହାନାୟକଙ୍କୁ ବାରମ୍ବାର ମିଳୁଥିବା ବୋମା ଧମକ ଏବେ ଚିନ୍ତା ବଢ଼ାଇଛି । ତେବେ ଏହି ଧମକ ପଛରେ କିଏ ରହିଛି, ଏହା କେବଳ ଭୟ ସୃଷ୍ଟି କରିବାର ଉଦ୍ୟମ ନା ଏହା ପଛରେ ରହିଛି ଆଉ କିଛି ବଡ଼ ଷଡ଼ଯନ୍ତ୍ର,