ପୁରୀ ୧୨।୦୪ : ସୋମବାର ଖୋଲିବ ଭିତର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଗଣତି ମଣତି ନେଇ ବୈଠକ ଶେଷ। ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି ନେଇ ବିସ୍ତୃତ ଆଲୋଚନା ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନ ଅଳଙ୍କାରର ହେବ ଗଣତି ମଣତି ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।

ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଚାଲିଛି ଗଣତି ମଣତି କାର୍ଯ୍ୟ। ୮ ତାରିଖରୁ ୧୧ ତାରିଖ ଯାଏଁ ବାହାର ରତ୍ନଭଣ୍ଡାରରେ ଗଣତିମଣତି କାର୍ଯ୍ୟ ଚାଲିଥିଲା । ସେହିପରି ପ୍ରଥମ ପର୍ଯ୍ୟାୟ ମଧ୍ୟ ଗଣତି ମଣତି ହୋଇଥିଲା । ଶନିବାର ଶେଷ ହୋଇଥିବା ଗଣତିମଣତିରେ ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାର ମେଳକ ହେଲା । ୧୯୭୮ ତାଲିକା ଅନୁଯାୟୀ ଅଧିକ ଅଳଙ୍କାର ରହିଛି । ସୋମବାର ଠାରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ଗତ ମାର୍ଚ୍ଚ ୨୫ରେ ଚଳନ୍ତି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ସରିଥିଲା । ୧୧ଟା ୩୫ ରେ ଆରମ୍ଭ ହୋଇ ୬ଟା ୩୫ରେ ଗଣତି ମଣତି କାର୍ଯ୍ୟ ଶେଷ ହୋଇଥିଲା । ସାତଘଣ୍ଟା ଧରି ଚାଲିଥିଲା ଗଣତି ମଣତି। ଆଉ ଏବେ ବାହାର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ହେବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ପ୍ରସ୍ତୁତି ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ଏହି ବୈଠକରେ ଜିଲ୍ଲାପାଳ, ଏସପି, ସୁପରଭାଇଜିଙ୍ଗ ଟିମ୍ ଉପସ୍ଥିତ ରହିଥିଲେ। ସେହିପରି ଭର୍ଚୁଆଲରେ ଯୋଗ ଦେଇଥିଲେ ଜଷ୍ଟିସ ବିଶ୍ୱନାଥ ରଥ। ବୈଠକ ଶେଷ ପରେ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ମହାପ୍ରଭୁଙ୍କ କୃପାରୁ ସବୁ କାର୍ଯ୍ୟ ସୁରୁଖୁରୁରେ ହେବ। ଶ୍ରଦ୍ଧା ଏବଂ ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟ କରାଯିବ। ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯିବ। ଟ୍ରେଜେରୀରୁ ଚାବି ଆସିବା ପରେ ଖୋଲିବ ଭିତର ରତ୍ନଭଣ୍ଡାର। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ। ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ।

Watch Video:-