ଭୁବନେଶ୍ୱର ୨୪।୧୦ :  ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା । ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ। ଉତ୍ତର ଆନ୍ଧ୍ର  ଏବଂ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପଡିବ ପ୍ରଭାବ । ୨୮ ତାରିଖ ସକାଳ  ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ରହିବ ବାତ୍ୟାର ପ୍ରଭାବ। 

ଆସନ୍ତାକାଲି ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ୨୬ ତାରିଖରେ ବାତ୍ୟା ଏବଂ ୨୮ରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି। ତେବେ ସମ୍ଭାବ୍ୟା ବାତ୍ୟା ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ ଆଶଙ୍କା କରାଯାଉଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି। ବାତ୍ୟା ସୃଷ୍ଟି ହେଲେ ଗତିପଥ ସହ ବାତ୍ୟା ଆଖି ଜଣାପଡିବ।

Also Read:-୯ ଦିନରେ ୬୦୦ କୋଟି ପାର୍, ଜେଲର-୧ର ରେକର୍ଡ ଭାଙ୍ଗିଲା ‘ଜେଲର-୨’, ଚାରିଆଡେ ଥାଲାଇବା କ୍ରେଜ

ସେହିପରି ୨୬ରେ ବାତ୍ୟା ତୀବ୍ରତା ନେଇ ସ୍ପଷ୍ଟ। ହେବ। ସିଭିଅର ସାଇକ୍ଲୋନେ ହେବା ନେଇ ପୂର୍ବନୁମାନ କରାଯାଇଛି। ଉତ୍ତର ଭାରତ ଉପରେ ଏକ  ଟ୍ରାପଲାଇନ  ଥିବା ଯୋଗୁ ଲ୍ୟାଣ୍ଡଫଲ ପରେ  ଛତିଶଗଡ ଝାଡ଼ଖଣ୍ଡ ଦେଇ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଉଛି। ୨୭ ରୁ ୨୯ରେ ଓଡ଼ିଶାରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ସମୁଦ୍ର ଉପରିଭାଗ ଉତ୍ତପ୍ତ ରହିଛି। ଅକ୍ଟୋବର ମାସ ବାତ୍ୟା ମାସ। ଯଦି ପବନର ବେଗ ଅଧିକ ରହିବା ତା ହେଲେ ବାତ୍ୟା ଦୁର୍ବଳ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରା ସମୟରେ ବାତ୍ୟା ହେବାର ସମ୍ଭାବନା ଥାଏ।

Watch Video:-