ବ୍ରହ୍ମପୁର ୨୩।୦୮ : ସଦର ଥାନା ପୋଲିସକୁ ସଫଳତା । ହାଇଓ୍ୱେ ଲୁଟେରା ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ବାନ୍ଧିଲା ପୋଲିସ । ବଉଳାଝୋଲି କେନାଲ ରାସ୍ତାରୁ ଏହି ଡକାୟତ ଗ୍ୟାଙ୍ଗକୁ ଧରିଛି ପୋଲିସ ।

ଖବର ଅନୁଯାୟୀ, ବଉଳାଝୋଲି କେନାଲ ରାସ୍ତାରେ ଜଣେ ଗାଡ଼ି ଚାଳଳଙ୍କୁ ଆକ୍ରମଣ କରି ଜବରଦସ୍ତି ଟଙ୍କା, ଫୋନ୍ ଏବଂ ଡିଜିଟାଲ ପେମେଣ୍ଟ ଜରିଆରେ ଲୁଟ୍ କରିଥିଲେ । କୁକୁଡ଼ାଖଣ୍ଡିର ଭୈରବ କୁମାର ସାହୁ କାଞ୍ଚୁରୁରୁ ଡେଙ୍ଗାପଦରକୁ ଭଡ଼ାରେ ଦୁଇଟି ବଳଦ ନେଇ ଆସୁଥିଲେ । ଏହି ସମୟରେ ୬ ଜଣ ଅଜ୍ଞାତ ଲୋକ କେନାଲ ରାସ୍ତାରେ ଅଟକାଇ ଆକ୍ରମଣ କରିଥିଲେ । ଏହାସହ ତାଙ୍କ ନିକଟରୁ ଟଙ୍କା , ମୋବାଇଲ, ଏବଂ ଡିଜିଟାଲ ପେମେଣ୍ଟ ଜରିଆରେ ୨୨,୫୦୦ ଟଙ୍କା ଲୁଟ୍ ନେଇଥିଲେ । ଅଭିଯୋଗ ପାଇବା ପରେ ଛାନ୍ଭିନ୍ ଆରମ୍ଭ କରିଥିଲା ପୋଲିସ । ବଉଳାଝୋଲି କେନାଲ ରାସ୍ତାରୁ ପୋଲିସ ୫ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ଲୁଟ୍ ସାମଗ୍ରୀ ଜବତ କରିଛି ।ଯେଉଁଥିରେ ମୋବାଇଲ୍ ଫୋନ୍, ଗୋଟିଏ ଛୁରୀ, ହୋଣ୍ଡା ସାଇନ୍ ମୋଟରସାଇକେଲ, ଗୋଟିଏ ଲୁହା ପଞ୍ଚ, ଏବଂ ୨୨,୦୦୦ ଟଙ୍କା । ବାକି ଅନ୍ୟ ଜଣେ ଲୁଟେରା ଫେରାର ହେବାରେ ସକ୍ଷମ ହୋଇଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

Also Read:-ବଙ୍ଗୋପସାଗରରେ ଜାହାଜ ବୁଡ଼ି ଘଟଣା, ଦୁର୍ଭାଗ୍ୟଜନକ କହିଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ