ପଞ୍ଜାବ ,୨/୧୧ -;  ରକ୍ଷକ ସାଜିଲେ ଭକ୍ଷକ ! ପଦାକୁ ଆସିଲା ପଞ୍ଜାବ ପୋଲିସର କଳା କାରନାମା I ଶିବସେନାର ଜଣେ ନେତାଙ୍କୁ ଫସାଇବା ପାଇଁ ପଞ୍ଜାବ ପୋଲିସ ଜାଣିଶୁଣି କରିଥିଲା ସାଙ୍ଘାତିକ ଷଡଯନ୍ତ୍ର ଉକ୍ତ ନେତାଙ୍କୁ ମିଥ୍ୟା ନିଶା ଦ୍ରବ୍ୟ କାରବାର ଅଭିଯୋଗରେ ଫସାଇବା ପାଇଁ ପୁଲିସ କରିଥିଲା ଯୋଜନା I ବାସଭବନରେ ଲଗାଯାଇଥିବା ଏକ ସିସିଟିଭି କ୍ୟାମେରା ସାହାଯ୍ୟରେ ପଦାକୁ ଆସିଛି ଏସବୁ ଘଟଣା । ଏଭଳି ଘଟିଛି ଖାଟିକାନ ଚୌକ ନିକଟରେ ରହୁଥିବା ଶିବସେନା ନେତା ମହନ୍ତ କାଶ୍ମୀର ଗିରିଙ୍କ ଘରେ ।

ଅଭିଯୋଗ ମୁତାବକ ,ପୋଲିସ ରେଡ ମାରିବାର ଠିକ ପୂର୍ବରୁ ଏଏସଆଇ ସୁଖଦେବ ସିଂ ସାଧା ପୋଷାକରେ ନେତାଙ୍କ ଘର ଭିତରକୁ ପ୍ରବେଶ କରିଥିଲେ I ସେ ବହୁତ ଚତୁରତାର ସହ  ଗଦି ତଳେ ଗୋଟିଏ ପ୍ୟାକେଟ ହିରୋଇନ ଲୁଚେଇ ଦେଇ ବାହାରକୁ ଚାଲି ଆସିଲେ I ଏହା ପରେ ପୋଲିସ ସେଠି ରେଡ ମାରିଲା I , ସଦର ଥାନାର ଏସ୍.ଏଚ୍.ଓ. ବିଜୟପାଳ ସିଂହ, ସିଟି ଥାନା-୨ର ଏସ୍.ଏଚ୍.ଓ. ତରବିନ୍ଦର କୁମାର ବେଦୀ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଗିରିଙ୍କ ଘରେ ପହଞ୍ଚିଥିଲେ। ତଲାସୀ ସମୟରେ, ପୋଲିସ ଦଳ ଏକ ଗଦି ତଳୁ ପ୍ରାୟ ୩୦ ଗ୍ରାମ ହେରୋଇନ୍ ଜବତ କରିଥିବା ଜଣାପଡିଛି । ଏହା ପରେ, ନିଶା ଦ୍ରବ୍ୟ ଚାଲାଣ ମାମଲାରେ ପୋଲିସ ଗିରିଙ୍କୁ ଗିରଫ କଲା ।,କିନ୍ତୁ ASI ଜଣକ ବୋଧ ହୁଏ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ କି ତାଙ୍କ କଳାକାରନାମାକୁ ମଧ୍ୟ ଆଉ କିଏ ଦେଖୁଛି I ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପଞ୍ଜାବ ପୋଲିସ ବିଭାଗରେ ହଇଚଇ ଖେଳିଗଲା। ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ପୋଲିସ ଅଧିକାରୀ ଜଣକ ସାଧା ପୋଷାକରେ ପ୍ରଥମେ ଘର ଭିତରକୁ ପ୍ରବେଶ କରୁଛନ୍ତି ଏବଂ ଗଦି ତଳେ କିଛି ଜିନିଷ ରଖୁଛନ୍ତି I ତେବେ ବଢ଼ୁଥିବା ଅପମାନଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଲେ I ସେମାନେ ଅଭିଯୁକ୍ତ ଏଏସଆଇ ଙ୍କୁ ନିଲମ୍ବିତ କଲେ ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କଲେ।

ଏସ୍ଏସ୍ପି ଦର୍ପଣ ଆହଲୁୱାଲିଆ କହିଛନ୍ତି, “ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଆମ ନଜରକୁ ଆସିଛି। ଏହି ଘଟଣାର ତଦନ୍ତ କରିବା ଏବଂ ଏହାର ସମସ୍ତ ଦିଗକୁ ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ତାଙ୍କର ବର୍ତ୍ତମାନର ଦାୟିତ୍ୱରୁ ହଟାଇ ଦିଆଯାଇ ନିଲମ୍ବିତ କରାଯାଇଛି ଏବଂ ଏ ନେଇ ଅଧିକ ତଦନ୍ତ ଜାରି ରହିଛି।”

also read-ରାଜଧାନୀରେ ଏଣିକି ସନ୍ଧ୍ୟାରେ ପୋଲିସର ନାକାବନ୍ଦୀ, ୬ଟାରୁ ୧୧ଟା ଯାଏ ଚାଲିବ ଯାଞ୍ଚ

ଆରମ୍ଭରେ, ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଠିକ୍ ବୋଲିା ବିଚାର କରାଯାଉଥିଲା। କିନ୍ତୁ, ସାମ୍ନାକୁ ଆସିଥିବା ଫୁଟେଜ୍ ସମଗ୍ର ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠି ପୋଲିସର ବିଶ୍ୱାସ ନିୟତା ଉପରେ ମଧ୍ୟ ବଡ ପ୍ରଶ୍ନ ଛିଡା ହୋଇଛି I ମାମଲା ବର୍ତମାନ ଏକ ଦ୍ୱନ୍ଦ୍ୱ ଦେଇ ଗତି କରୁଥିବା ବେଳେ କୋଉଟା ସତ ଆଉ କୋଉଟା ମିଛ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଲେ ହିଁ ସ୍ପଷ୍ଟ ହେବ I