ନୂଆଦିଲ୍ଲୀ,୦୩ ।୧୧: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍ । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ମନିଲଣ୍ଡେରିଂ ମାମଲାରେ ସୋମବାର ଦିଲ୍ଲୀର ରାଉଳ ଏଭିନ୍ୟୁ କୋକ୍ଟରେ ହାଜର ହୋବାର ଥିଲା । ସମନ ସ୍ବତ୍ତେ ଅଭିନେତ୍ରୀ କୋର୍ଟ ପହଞ୍ଚି ନଥିଲେ । ଏହାପରେ ଅଦାଲତ ତାଙ୍କୁ ଭର୍ତ୍ସନା କରିଛନ୍ତି । କହିଛନ୍ତି ନୋରାଙ୍କ ବ୍ୟବହାର ଠିକ୍ ନୁହେଁ । କୋର୍ଟଙ୍କୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ ।

ସୂଚନାଥାଉ କି ମାମଲାରେ ଜଣେ ସାକ୍ଷୀ ଭାବରେ ହାଜର ହୋଇ ନୋରାଙ୍କୁ ବୟାନ ଦେବାର ଥିଲା । କିନ୍ତୁ ସେ ଆସିନଥିଲେ । ଦିଲ୍ଲୀ ପୁଲିସ କୋର୍ଟକୁ ଜଣାଇଛନ୍ତି କି ନୋରାଙ୍କୁ ସମନ ଜାରି ହୋଇଥିଲା । କିନ୍ତୁ ସେ ଅଦଲତରେ ହାଜର ହେବେ କି ନାହିଁ ତାଙ୍କୁ ଜଣା ନାହିଁ । ସେହିପରି ଅଭିନତ୍ରୀଙ୍କୁ କୋର୍ଟରେ ହାଜର ହେବାରୁ ଆଶ୍ବସ୍ତି ଦେବା ଲାଗି ତାଙ୍କ ଓକିଲ ଆବେଦନ କରିଛନ୍ତି । ଏହାକୁ ନେଇ କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ସତନ୍ତ୍ର ବିଚାରପତି ଗଗନଦୀପ ସିଂହ ନୋରାଙ୍କୁ ନୂଆ ସମଲ ଜାରି କରି ଆସନ୍ତା ୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।କହିଛନ୍ତି, ମାମଲାରେ ସେ ଜଣେ ପ୍ରମୁଖ ସାକ୍ଷୀ । କୋର୍ଟରେ ତାଙ୍କ ଉପସ୍ଥିତି ଅତନ୍ତ୍ୟ ଜରୁରୀ ଥିଲା । ସେ କୋର୍ଟକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ ।

କହିବାକୁ ଗଲେ ନୋରା ପୂର୍ବରୁ ଏକ ପୋଡକାଷ୍ଟରେ ଏହି ବିବାଦ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ କହିଲେ ଯେ ମୁଁ ସେହି ମୁହୂର୍ତ୍ତକୁ କେବେ ଭୁଲିପାରିବି ନାହିଁ। ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ମୋ ମାଆ ମୋତେ ଜାଣନ୍ତି ଏବଂ ସେ ମୋତେ କିପରି ବଡ଼ କରିଥିଲେ, ମୋର ବନ୍ଧୁମାନେ ମୋତେ ଜାଣନ୍ତି, କିନ୍ତୁ ଯେଉଁମାନେ ମୋତେ ଭଲ ଭାବରେ ଜାଣନ୍ତି ନାହିଁ ସେମାନେ ହୁଏତ ମୋ ବିଷୟରେ କୁହାଯାଉଥିବା କଥାକୁ ବିଶ୍ୱାସ କରିଥାନ୍ତେ। ତାହା ବହୁତ ସମ୍ବେଦନଶୀଳ ସମୟ ଥିଲା। ମୁଁ ଅନେକ ବ୍ରାଣ୍ଡ ହରାଇଲି। ସେହି ଗୋଟିଏ ମୂର୍ଖତାପୂର୍ଣ୍ଣ କଥା ପାଇଁ ମୁଁ ବହୁତ କାମ ହରାଇଛି। ଆଜି ମଧ୍ୟ, ଲୋକମାନେ ଏପରି କଥା କୁହନ୍ତି, 'ଓଃ, ତୁମେ ଜାଣିଛ କି ସେହି ଲୋକକୁ ' କିମ୍ବା 'ସେ ତାଙ୍କୁ ଡେଟ୍ କରିଥିଲେ,' ଯେତେବେଳେ କି ଏହା ସତ ନୁହେଁ। ନୋରା ବ୍ୟାଖ୍ୟା କରିଥିଲେ ଯେ ବିବାଦ ପରେ ମଧ୍ୟ ଲୋକମାନେ ବିଶ୍ୱାସ କରୁଥିଲେ ଯେ ସେ ସୁକେଶଙ୍କ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି। ସେ ତାଙ୍କ ପରିବାର ସହିତ ତାଙ୍କର ସମ୍ପର୍କ ଏବଂ ସେ ପାଇଥିବା ଉପହାର ବିଷୟରେ ମଧ୍ୟ କହିଥିଲେ।