ସମ୍ବଲପୁର ୨।୧୧: ଭିଜିଲାନ୍ସ ଜାଲରେ ସମ୍ବଲପୁର-ତାଳଚେର ରେଳପଥ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ । ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଅଜୟ କୁମାର ଗଡ଼ନାୟକ । ଜମି ଅଧିଗ୍ରହଣ କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ସମ୍ବଲପୁର-ତାଳଚେର ଡବଲିଂ ରେଳ ଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ଗିରଫ କରିଛି ।

Also Read:- ରାମଲୀଳା ମଇଦାନରେ ବିରୋଧୀଙ୍କ ସମାବେଶକୁ ଟାର୍ଗେଟ୍, ପରିବାରବାଦ ନେଇ ବର୍ଷିଲେ ସୁଧାଂଶୁ

ଅଭିଯୋଗକାରୀଙ୍କ ଜମି ଅଧିଗ୍ରହଣ ବାବଦରେ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ଅର୍ଥ ପାଇଁ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ଗତ ୨୭ ତାରିଖ ଦିନ ୨ ଲକ୍ଷ ଟଙ୍କା ନେଇସାରିଥିବା ବେଳେ ବାକି ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବା ପାଇଁ ଚାପ ପକାଉଥିଲେ । ଯଦି ଏହି ବାକି ଟଙ୍କା ନ ଦିଆଯାଏ, ତେବେ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ ସମୟରେ ଜମି ଅଧିଗ୍ରହଣରେ ବିଭିନ୍ନ ଅସୁବିଧା ସୃଷ୍ଟି କରାଯିବ ବୋଲି ସେ ଧମକ ମଧ୍ୟ ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ, ଆଜି ଭିଜିଲାନ୍ସ ଟିମ୍ ବାକି ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗଡ଼ନାୟକଙ୍କୁ ଧରିଥିଲା ।

Watch Video: