ଅନୁଗୋଳ ୧୬।୭: ଛେଣ୍ଡିପଦା ପୋଲିସର ବଡ଼ ସଫଳତା । ବିଶ୍ବସ୍ତ ସୂତ୍ରରୁ ଖବର ପାଇଳା । ଗୋଡ଼ାଇ ଗୋଡ଼ାଇ କାର୍‌କୁ ଧରିଲା । ସେଥିରୁ ମିଳିଲା ଲକ୍ଷାଧିକ ଟଙ୍କାର ଧଳାଜହର । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଦୀର୍ଘଦିନ ଧରି ଚାଲିଥିଲା ଏହି କାରବାର । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଛେଣ୍ଡିପଦା ପୋଲିସ ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଏକ କାର୍‌କୁ ପିଛା କରି ଛେଣ୍ଡିପଦା ମଶାଣି ନିକଟରେ ଧରିଥିଲା । କାର୍‌କୁ ଜବତ କରି ଛାନଭିନ ଆରମ୍ଭ କରିଥିଲା ପୋଲିସ । ଚଢ଼ାଉ ବେଳେ କାର୍ରୁ ୩୦.୨୫ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଥିଲା । ଏହାସହ ନଗଦ ୬ ଲକ୍ଷ ୩୧ ହଜାର ଟଙ୍କା ନଗଦ ଜବତ କରିଛି ପୋଲିସ ।

Also Read:- ରଥ ବି ଦେବତା, ରଥୀ ବି ଦେବତା: ଥରେ ଦେଖିଦେଲେ ପାପ କ୍ଷୟ, ଜାଣନ୍ତୁ ବଡ଼ଠାକୁରଙ୍କ ‘ତାଳଧ୍ଵଜ’ ରଥର ରହସ୍ୟ

ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜଳେଶ୍ୱର ଶାସନବାଡ଼ାର ସେକ୍ ସହିଦ ଓ ଛେଣ୍ଡିପଦା ଥାନା ବାଲିପଟା ଗାଁର ରଞ୍ଜିତ କୁମାର ସାହୁ । ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ ସ୍ଥାନୀୟ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚଳାଇଥିଲେ । ପୋଲିସ ଏମାନଙ୍କୁ ଧରିବା ସହ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।