ବରଗଡ଼ ୨୦।୪: ସାଇନ୍ ବୋର୍ଡରେ ଢ଼ାବା । ହେଲେ ଭିତରେ ଚାଲିଥିଲା ଅଲଗା କିଛି । ଖାଦ୍ୟ ପରସାଯିବା ବଦଳରେ ହେଉଥିଲା ମଉଜ । ହଠାତ୍ ଚଢାଉ କଲା ପୋଲିସ । ଢ଼ାବା ଭିତରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ । ଢାବା ମାଲିକକୁ ତ ଗିରଫ କଲା ତାଙ୍କ ସ୍ତ୍ରୀଙ୍କୁ ବି ଛାଡ଼ିଲାନି । ତିନି ଗ୍ରାହକଙ୍କୁ ବି ବାନ୍ଧିଲା ପୋଲିସ । ବରଗଡ଼ ଗ୍ରାମାଞ୍ଚଳ ଥାନା ଧାଙ୍ଗେର ଜୟ ଦୁର୍ଗା ଢାବାରେ ଘଟିଛି ଏଭଳି କିଛି ଘଟଣା ।

ବରଗଡ ଗ୍ରାମାଞ୍ଚଳ ଥାନା ଧାଙ୍ଗେର ଜୟ ଦୁର୍ଗା ଢାବାରେ ଦେହ ବେପାର ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଚଢାଉ ବେଳେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା ପୋଲିସ । ଏହାସହ ତିନି ଗ୍ରାହକ, ଢାବା ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗିରଫ ହୋଇଥିବା ସୂଚନା ।

Also Read:- Marijuana Smuggling: ପାଟ୍ରୋଲିଂ ବେଳେ ଧରାପଡିଲେ ଫେରିବାଲା, ମସିଣା ଭିତରୁ ବାହାରିଲା ପ୍ୟାକେଟ୍ ପରେ ପ୍ୟାକେଟ୍

ରେଡ୍ ସମୟରେ ବେଳେ ଆପତ୍ତିଜନକ ସାମଗ୍ରୀ, ନଗଦ ୨୬ ହଜାର ୨୬୦ ଟଙ୍କା, ଦୁଇଟି ମୋଟର ସାଇକେଲ, ୬ଟି ମୋବାଇଲ ଫୋନ୍ ଓ ବିପୁଳ ପରିମାଣର ମଦ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ ।