ନୂଆଦିଲ୍ଲୀ, ୧୩।୧୧ : ମୋ ଫୋନ୍ ଟ୍ୟାପ୍ କରାଯାଉଛି । ସବୁ କଥାବାର୍ତ୍ତା ଅନ୍ୟ କେହି ଶୁଣୁଛନ୍ତି । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ତାଙ୍କ ଫୋନ୍ ଟ୍ୟାପ୍ କରାଯାଉଥିବା ନେଇ ସେ କହିଛନ୍ତି ।

ରାହୁଲ କହିଛନ୍ତି ଯେ, ସବୁ ଅଭିଯୋଗର ପ୍ରମାଣ ଫୋନରେ ଅଛି । ହେଲେ ଏହାକୁ ପ୍ରଧାନମନ୍ତ୍ରୀ ଟ୍ୟାପ୍ କରୁଛନ୍ତି । ମୁହାଁମୁହିଁ ବିତର୍କ ହେଲେ ଏହା ପ୍ରମାଣିତ ହୋଇଯିବ । ବିଦେଶୀ ଶକ୍ତିର ନିର୍ଦ୍ଦେଶରେ କିଏ କାମ କରୁଛି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଏହାସହ କିଏ ଦେଶବିରୋଧୀ ଗତିବିଧିରେ ସାମିଲ ଅଛି ତାହା ମଧ୍ୟ ଜଣା ପଡିବ ବୋଲି ରାହୁଲ କହିଛନ୍ତି ।

Also Read :-ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶାକୁ କେତେ ବିପଦ, ଜାଣନ୍ତୁ

ରାହୁଲ ଆହୁରି କହିଛନ୍ତି ଯେ, ଫୋନରେ ଅନେକ କିଛି ତଥ୍ୟ ରହିଛି । ଯାହା ସେ ଜାଣିଛନ୍ତି ଏବଂ ତାଙ୍କ ଫୋନରେ ରହିଛି । ଏହାସହ ସେ ପିଏମ୍ ନରେନ୍ଦ୍ର ମୋଦୀଙ୍କୁ ବିତର୍କ ପାଇଁ ଆହ୍ୱାନ କରିଛନ୍ତି । ଯଦି ମୋଦୀ ତାଙ୍କ ସହ ମୁହାଁମୁହିଁ ବିତର୍କ କରନ୍ତି ତେବେ ମୋଦୀ ଆଉ ପ୍ରଧାନମନ୍ତ୍ରୀ ରହିବେ ନାହିଁ । ଲୋକସଭାରେ ତାଙ୍କୁ କହିବାକୁ ଦିଆଯାଉ ନାହିଁ । ତାଙ୍କର ମାଇକ୍ ବନ୍ଦ କରି ଦିଆଯାଉଛି ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, କୃଷି ଆଇନ୍, ଭୋଟ୍ ଚୋରି, ଏସଆଇଆର, ଚୀନ ଜେନେରାଲ ନରଓ୍ୱଣେ ଏବଂ ଏପଷ୍ଟିନ୍ ଭଳି ପ୍ରସଙ୍ଗ ଲୋକସଭାରେ ଉଠାଇଥିଲେ । ହେଲେ ତାଙ୍କୁ କହିବାକୁ ଦିଆଯାଇ ନଥିଲା । ଏବେ କିନ୍ତୁ ସେ ସିଧା ସଳଖ ଆଲୋଚନା କରିବାକୁ ଚାହୁଁଛନ୍ତି । ସେ ଗୋଟିଏ ଆସନରେ ଏବଂ ମୋଦୀ ଅନ୍ୟ ଆସନରେ ବସି ମୁହାଁମୁହିଁ ବିତର୍କ କଲେ ଭଲ ହେବ । ଫଳରେ ପରସ୍ପରକୁ ସିଧା ପ୍ରଶ୍ନ ପଚାରିପାରିବେ । ଯଦି ଗୌତମ ଆଦାନୀ କିମ୍ବା ମୋହନ ଭାଗବତଙ୍କୁ ବିଚରପତି କରାଯାଏ ତାହାଲେ କିଛି ଆପତ୍ତି ନାହିଁ । ପୂର୍ବରୁ ସେ ଅନେକ ଥର ମୋଦୀଙ୍କୁ ଏପରି ଆହ୍ୱାନ କରିଛନ୍ତି । ବିଜେପି ନେତା ବିତର୍କକୁ ଡରୁଥିବା ରାହୁଲ ପ୍ରକାଶ କରିଛନ୍ତି ।