ସୋନପୁର ୨୦।୪: ଗଞ୍ଜେଇ ଚାଲାଣର ନୂଆ ଟ୍ରିକ୍ । ମସିଣା ଖୋଲୁ ଖୋଲୁ ଉଡ଼ିଗଲା ପୋଲିସର ହୋସ୍ ।  ଫେରିବାଲା ସାଜି କରୁଥିଲେ ଗଞ୍ଜେଇ ବେପାର । ଉପରେ ଥିଲା ମସିଣା ଆଉ ଭିତରେ ଗଞ୍ଜେଇ ଭର୍ତ୍ତି । ଏଭଳି ଅଭିନବ ଉପାୟରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମସିଣା ବ୍ୟବସାୟ ନାଁରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜଣେ ଗିରଫ । ଗିରଫ ଜଣକ ହେଲେ ମଧ୍ୟପ୍ରଦେଶର କୁଲଦୀପ ଶ୍ରୀବାସ୍ତବ l

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଫାଣ୍ଡି ପୋଲିସ ପାଟ୍ରୋଲି କରୁଥିବା ସମୟରେ ବୁରଡ଼ା ଅର୍ଜୁନପୁର ରାସ୍ତାର ତିଳେଇମାଲ ଛକ ନିକଟରେ ଜଣେ ମସିଣା ବୋଝେଇକାରୀ ଫେରିବାଲାକୁ ସନ୍ଦେହରେ ଅଟକାଇଥିଲେ । ଫେରିବାଲା ଜଣକୁ ଅଟକାଇ ପୋଲିସ ଚେକିଂ କରିଥିଲା l ଚେକିଂ ବେଳେ ମସିଣାକୁ କାଟି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ୍ ବାହାରିଥିଲା । ତାହାକୁ ଜବତ କରି ପୋଲିସ ସଂପୃକ୍ତ ଫେରିବାଲାଙ୍କୁ ଧରିଥିଲା ପୋଲିସ ।​​​​​​​

Also Read:- School Timings Changed: ଏହି ଜିଲ୍ଲାରେ ବଦଳିଲା ସ୍କୁଲ ଖୋଲା ସମୟ, ସକାଳ ୬ଟା ୩୦ରୁ ୯ଟା ଯାଏଁ ଖୋଲିବାକୁ ନିର୍ଦ୍ଦେଶ

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଜବତ ଗଞ୍ଜେଇର ପରିମାଣ ୪୬ କେଜି ୮୯୦ ଗ୍ରାମ । ଫେରିବାଲା କୁଲଦୀପକୁ ଗିରଫ କରିବା ସହ ଏକ ବାଇକ୍ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ ।