ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ସଭାପତି ନେହା ବୋରା କହିଛନ୍ତି ଯେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ପୋଲିସ ଥାନା ନିକଟରେ ପ୍ରଦର୍ଶନରତ ସାମ୍ବାଦିକଙ୍କୁ ଅଟକ କରାଯାଇଛି। ଏ ସମ୍ପର୍କରେ ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନ ନିକଟରେ ବିକ୍ଷୋଭକାରୀ ସାମ୍ବାଦିକ ହାଜତକୁ ଚାଲିଗଲେଣି। ତେବେ ଓକିଲଙ୍କ ଏକ ସମୂହ ସେମାନଙ୍କ ସହ ସମ୍ପର୍କରେ ଅଛନ୍ତି। ଏଥିରେ ଯଦି କୌଣସି ଓକିଲ ଥାନା ନିକଟରେ ଅଛନ୍ତି ତେବେ ସେ ତୁରନ୍ତ ଏ ନେଇ ସମ୍ପର୍କ କରନ୍ତୁ’।

ଜନୈକା ମହିଳା ସାମ୍ବାଦିକ ଅକ୍ଟୋବର ୩ ତାରିଖ ଦିନ ଜନ୍ତର ମନ୍ତର ବିରୋଧ ପ୍ରଦର୍ଶନ କାଳରେ ପୋଲିସ କର୍ମଚାରୀ ତାଙ୍କୁ ବ୍ୟାଡ ଟଚ୍ ଦେବା ସହ ଧକ୍କା ଦେଇ ଦୂରକୁ ହଟାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଏବେ ଏହି ମାମଲାକୁ କମଲା ମାର୍କେଟସ୍ଥିତ କ୍ରାଇମବ୍ରାଞ୍ଚକୁ ଟ୍ରାନ୍ସଫର କରିଦିଆଯାଇଛି। ଏହା ବାଦେ ଦିଲ୍ଲୀ ପୋଲିସ ସୋମବାର କେତେକ ପ୍ରଦର୍ଶନକାରୀ ସାମ୍ବାଦିକଙ୍କୁ ଅଟକ କରିଛି। ଏହି ପ୍ରଦର୍ଶନକାରୀମାନେ ଅକ୍ଟୋବର ୩ ତାରିଖ ଦିନ ଜନ୍ତର ମନ୍ତର ବିରୋଧ କାଳରେ ମହିଳା ସାମ୍ବାଦିକଙ୍କ ପ୍ରତି ଯୌନ ଉତ୍ପିଡ଼ନ ଅଭିଯୋଗକୁ ନେଇ ପ୍ରଦର୍ଶନ କରୁଥିଲେ।

ପ୍ରଦର୍ଶନକାରୀଙ୍କ କହିବା କଥା ହେଉଛି ସେମାନେ ରବିବାର ଅପରାହ୍ନରୁ ଥାନା ଆଗରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେମାନେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରୁଛନ୍ତି। ଏଥି ମଧ୍ୟରେ ତୃଣ ମୂଳ କଂଗ୍ରେସ ସାଂସଦ ଡେରିକ୍ ଓ’ ବ୍ରାୟନ କକରୋଚ ଜନତା ପାର୍ଟି (ସିଜେପି)କୁ ସମର୍ଥନ ଜଣାଇଛନ୍ତି। ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା ବିଭିନ୍ନ ସୂତ୍ରରୁ ସୂଚନା ସଂଗ୍ରହ କରି କହିଛନ୍ତି ଯେ ଅକ୍ଟୋବର ୧୦ ତାରିଖ ପୂର୍ବରୁ ୩ ଜଣଙ୍କୁ ଏନଏସଏରେ ଗିରଫ କରାଯାଇ ପାରେ। ତେବେ ଡେରେକ ଓ’ ବ୍ରାୟନ କହିଛନ୍ତି ଯେ ଆପଣମାନଙ୍କ ସବୁ ପଦକ୍ଷେପରେ ଆମେ ତୁମ ସହ ଅଛୁ। ଅକ୍ଟୋବର ୧୦ ତାରିଖକୁ ପୁରା ଦେଶ ଆସୁଛି।

ବ୍ରାୟନ କହିଛନ୍ତି ଯେ ଯଦି ସରକାର ଭାବୁଥାନ୍ତି UAPA, NSA ଅଥବା ଜେଲ ଦଣ୍ଡ ଆମକୁ ଚୁପ୍ କରାଇ ଦେବ ତେବେ ଏହା ହୋଇ ପାରିବ ନାହିଁ। ଆମେ ସବୁ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଓ ଆବଶ୍ୟକ ପଡିଲେ ମାସମାସ ଓ ବର୍ଷ ବର୍ଷ ଜେଲରେ ରହିବାକୁ ମଧ୍ୟ ପ୍ରସ୍ତୁତ। ହେଲେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମ ଲଢେଇରୁ ଆମେ ପଛକୁ ହଟିବୁ ନାହିଁ। ଆମେ ମହାତ୍ମା ଗାନ୍ଧିଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲୁଛୁ, ଶାନ୍ତିପୂର୍ଣ୍ଣ ଓ ଅହିଂସା ଲଢେଇ ଜାରି ରଖିବୁ। ତେଣିକି ସରକାର ଡରାଇବା ଓ ଧମକାଇବାକୁ ଯାହା ବି କରି ପାରନ୍ତି।