ଭୁବନେଶ୍ଵର: ଜୁନ୍ ୧୯ ଓ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ରାଜ୍ୟରେ ବିଜେପି ସରକାରଙ୍କ ସଫଳ ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କର ଏହି ହାଇ ପ୍ରୋଫାଇଲ୍ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଅବସରରେ ସମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ ଓ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି।ଗସ୍ତ କାର୍ଯ୍ୟକ୍ରମର ସୂଚାରୁ ରୂପେ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ।ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର | ଜୁନ୍ ୧୯ ଓ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି | ରାଜ୍ୟରେ ବିଜେପି ସରକାରଙ୍କ ସଫଳ ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କର ଏହି ହାଇ ପ୍ରୋଫାଇଲ୍ ଗସ୍ତ କାର୍ଯ୍ୟକ୍ରମ ସ୍ଥିରହୋଇଛି।ରାଷ୍ଟ୍ରପତି ଜୁନ୍ ୧୯ ରେ ରାଇରଙ୍ଗପୁରରେ ପହଁଚିବେ।ପରଦିନ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରେ ପହଁଚିବେ।ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଜୁନ ୨୦ରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରସ୍ଥିତ ଦାଣ୍ଡବୋଷଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ ଓ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ |

Also Read: ହେରିଟେଜ୍ ପ୍ରପର୍ଟି ପାଇଁ ନୂଆ ନୀତି, ଓଡ଼ିଶାର ଐତିହ୍ୟବାହୀ ସମ୍ପତ୍ତିକୁ ମିଳିବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ

ଏହା ପୂର୍ବରୁ ସେମାନେ ପାହାଡ଼ପୁର ଯାଇ ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦାନ ସହ ଏକ ପ୍ରଦର୍ଶନୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଗସ୍ତ କାର୍ଯ୍ୟକ୍ରମର ସୁଚାରୁ ରୂପେ ପରିଚାଳନା ଓ ସମସ୍ତ ବ୍ୟବସ୍ଥାର ସଠିକ୍ କାର୍ଯ୍ୟାନ୍ବୟନ ନେଇ ମୁଖ୍ୟ ଶାସନ ସଚିବ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ରାଜ୍ୟବାସୀଙ୍କୁ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ | ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟନ ହେବ ଚାରି ପ୍ରକଳ୍ପ।ଦୁଇ ପ୍ରକଳ୍ପର ଶିଳାନ୍ୟାସ ହେବ। ଏହି ଅବସରରେ ସ୍ପୋର୍ଟ କମ୍ପ୍ଲେକ୍ସ, ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ର, ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହ ଓ ରାଇରଙ୍ଗପୁର ପୋଲିସ ଜିଲ୍ଲା ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି | ଏହାଛଡ଼ା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ, ଅନ୍ତର୍ଜାତୀୟ ମାନର ବ୍ୟାଡ଼ମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ହେବ |

Also Read: ବାଇକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ, ଦିନକରେ NH 49 କୁଆଁର ଛକରେ ଗଲା ୫ ଜଣଙ୍କ ଜୀବନ

ରାଜ୍ୟରେ ବିଜେପି ଏକାକୀ ସରକାର କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଅଷ୍ଟମ ଗସ୍ତ | ଓଡିଶାକୁ ସବୁବେଳେ ଫୋକସରେ ରଖିଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ | ସରକାର ଓ ସଂଗଠନରେ ଥିବା ଅଧୁରା କାମ ଏବଂ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନେତୃତ୍ବଙ୍କୁ ମାର୍ଗଦର୍ଶନ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।