ବାଂଶପାଳ ୧୪।୬: ଗୋଟିଏ ଦିନରେ ଏନଏଚ ୪୯ କୁଆଁର ଛକରେ ଗଲା ୫ ଜଣଙ୍କ ଜୀବନ । ରଙ୍ଗ୍ ରୁଟ୍‌ରେ ଆସୁଥିବା ଟ୍ରକ୍ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କାଞ୍ଜିପାଣି ଥାନା କୁଆଁର ଛକ ନିକଟରେ ପୁଣି ଦୁର୍ଘଟଣା । ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ରଙ୍ଗ୍ ରୁଟ୍‌ରେ ଆସୁଥିବା ଏକ ଟ୍ରକ୍ । ଘଟଣାସ୍ଥଳରେ ବାଇକ୍‌ରେ ଥିବା ୩ ଯୁବକଙ୍କ ମୃତ୍ୟୁ । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ କାଞ୍ଜିପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କାଞ୍ଜିପାଣି ଥାନା ଏନଏଚ ୪୯ କୁଆଁର ଠାରେ ପୂର୍ବରୁ ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ହୋଇଥିଲା । ରଜରେ ବାୟାପାଣ୍ଡାଧାର ଆଡୁ ନିଜ ଗାଁ କୁଆଁରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଦଳି ଦେଇଥିଲା । ମୃତକ କୁଆଁର ଗାଁର ଲକ୍ଷ୍ମଣ ସନଙ୍ଗି ଓ ଅକ୍ଷୟ ସନଙ୍ଗି । ଦୁଇ ଭାଇ କୌଣସି କାମରେ ଯାଇ ବାୟାପଣ୍ଡାଧାର ଆଡୁ ଘରକୁ ଏକ ବାଇକ୍‌ରେ ଫେରୁଥିବା ବେଳେ କୁଆଁର ଢ଼ାବା ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁହେଁ ପ୍ରାଣ ହରାଇଥିଲେ ।

Also Read:- ଗିରଫ ଚର୍ଚ୍ଚିତ ସରପଞ୍ଚ ଚାମେଲିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି କଲେ ଆଲୋଚନା

କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବାକୁ ଛାନଭିନ ଚଳାଇଛି । ଦୁଇ ଭାଇଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ଦିନରେ ଏନଏଚ ୪୯ କୁଆଁରରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।