ଭୁବନେଶ୍ବର ୨୩।୧୦: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଦୁଇ ଦିନିଆ ମୁମ୍ବାଇ ଗସ୍ତର ଆଜି ଶେଷ ଦିନ । L&T କମ୍ପାନୀ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର L&T କମ୍ପାନୀ ପରିଦର୍ଶନ ସହ ଶିଳ୍ପପତିମାନଙ୍କ ସହ ନିବେଶ ନେଇ ଆଲୋଚନା ଉପରେ ରହିବ ଫୋକସ୍ ।

ଶିଳ୍ପ ନେତୃତ୍ୱଙ୍କ ସହ ଏକକ ବୈଠକ ଚାଲିଥିବା ବେଳେ ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ନେଇ ଆଶା ବଢ଼ିଛି । ରାଜ୍ୟର ଶିଳ୍ପ ଭିତ୍ତିଭୂମି, ନିବେଶ ଅନୁକୂଳ ପରିବେଶ ଓ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଦୁଇଦିନିଆ ଗସ୍ତରୁ ଓଡ଼ିଶାକୁ କେତେ ପୁଞ୍ଜିନିବେଶ ଓ କେତେ ନିଯୁକ୍ତି ସୁଯୋଗ ମିଳିବ ତାହା ଉପରେ ନଜର ରହିଛି ।

Also Read:- କେବଳ ନିବେଶ ଆଗ୍ରହ ନୁହେଁ, ଓଡ଼ିଶା ଆସି ବାସ୍ତବ ଉତ୍ପାଦନ ଆରମ୍ଭ କରନ୍ତୁ: 'ଇଣ୍ଡିଆ କେମ୍ ୨୦୨୬'ରେ ବିଶ୍ୱ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି ।

Watch Video: