ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ନୂଆ ଶିଖର ଯାଏଁ ପହଞ୍ଚାଇଛନ୍ତି ଏବଂ ବୈଶ୍ୱିକ ମଞ୍ଚରେ ଏକ ବଡ଼ ଶକ୍ତି ଭାବେ ପ୍ରତିଷ୍ଠିତ କରାଇଛନ୍ତି । ତଥାପି, ତାଙ୍କୁ ଦୁର୍ବଳ କରିବା ଲାଗି ପ୍ରୟାସ କରାଯାଉଛି । ସର୍ବିଆର ପୂର୍ବତନ ରାଷ୍ଟ୍ରପତି ଆଲେକଜାଣ୍ଡାର ଭୁସିକି ଏହା କହିଛନ୍ତି । ଏକ ପଡକାଷ୍ଟରେ ଭୁସିକି ରଖିଥିବା ମତ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସଂସଦୀୟ ନିର୍ବାଚନ ଲଢ଼ିବା ପାଇଁ ଭୁସିକ୍ ଗତ ମାସରେ ସର୍ବିଆର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସେ ନେତାମାନଙ୍କୁ ଦୁର୍ବଳ କରିବାର ବିଶ୍ୱସ୍ତରୀୟ ପ୍ରବୃତ୍ତି ଆଡ଼କୁ ଇଙ୍ଗିତ କରିଛନ୍ତି । ପିଏମ୍ ମୋଦୀଙ୍କ ବିଷୟକୁ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରି ଭୁସିକ୍ କହିଛନ୍ତି, ସେ ଭାରତକୁ ଏକ ବଡ଼ ବିଶ୍ୱ ଶକ୍ତିରେ ରୂପାନ୍ତରିତ କରିଛନ୍ତି ଏବଂ ଅନେକ ବଡ଼ କାମ କରିଛନ୍ତି ।

 

ଭୁସିକ୍ ତାଙ୍କ ବୟାନକେ କହିଛନ୍ତି, "ଭାରତ ପାଖରେ ନରେନ୍ଦ୍ର ମୋଦୀଙ୍କ ପରି ନେତା ଅଛନ୍ତି, କିନ୍ତୁ ଏବେ ତାଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି । ପିଏମ୍ ମୋଦୀ ଭାରତକୁ ନୂଆ ଶିଖରରେ ପହଞ୍ଚାଇଛନ୍ତି । ସେ ମହାତ୍ମା ଗାନ୍ଧୀଙ୍କ ଶିକ୍ଷାକୁ ପାଳନ କରିବାକୁ ଚେଷ୍ଟା କରନ୍ତି ।" ସେ ଆହୁରି କହିଛନ୍ତି "ମୋଦୀଙ୍କ ଯୋଗୁଁ ହିଁ ଭାରତ ବିଶ୍ୱ ମଞ୍ଚରେ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି, ଏକ ବଡ଼ ଶକ୍ତି ପାଲଟିଛି । ସେ ସତରେ ବହୁତ ଚମତ୍କାର କାମ କରିଛନ୍ତି । କିନ୍ତୁ କିଛି ଲୋକ ତାଙ୍କୁ ବିଫଳ କହି ତଳକୁ ଖସାଇବାକୁ ଉଦ୍ୟମ କରୁଛନ୍ତି । ଏବେ ଏହା ଏକ ପ୍ୟାଟର୍ଣ୍ଣା ପାଲଟିଗଲାଣି ।" ତେବେ ପିଏମ୍ ମୋଦୀଙ୍କୁ ତଳେ ପକାଇବା ଲାଗି କେଉଁମାନେ ଚେଷ୍ଟ କରୁଛନ୍ତି, ଭୁସିକ୍ ସେ ବାବାଦରେ ବିସ୍ତୃତରେ କିଛି କହିନାହାନ୍ତି ।